ଚେନ୍ନାଇ,୨୦ା୯: ପରିବେଶକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରିକ୍ ଗାଡ଼ିମୋଟର ସଂଖ୍ୟା ବଢ଼ିଚାଲିଛି। ସରକାର ମଧ୍ୟ ଇଲେକ୍ଟ୍ରିକ୍ ଯାନବାହନ ପ୍ରତି ବେଶ୍ ଗୁରୁତ୍ୱ ଦେଉଛନ୍ତି। ତାମିଲନାଡୁର ଜଣେ ଛାତ୍ର ଏମିତି ଏକ ଇଲେକ୍ଟ୍ରିକ୍ ବାଇକ୍ ତିଆରି କରିଛନ୍ତି। ଯାହା ବିନା ପେଟ୍ରୋଲ ଏବଂ ଡିଜେଲରେ ୨୭ କିଲୋମିଟର ଯାତ୍ରା କରିପାରିବ।
ଏହି ଇଲେକ୍ଟ୍ରିକ୍ ବାଇକ୍ ତାମିଲନାଡୁର କୋଏମ୍ବାଟୁରର ଇଞ୍ଜିନିୟରିଂ ଛାତ୍ର ତିଆରି କରିଛନ୍ତି। ଏହି ବାଇକ୍ ଦେଖିବାକୁ ଖୁବ୍ ଆକର୍ଷଣୀୟ ଏବଂ ସହଜରେ ଏହାକୁ ଚଲାଇ ହେବ। ଏଥିରେ ଏକ ଇଲେକ୍ଟ୍ରିକ୍ ମୋଟର ଲାଗିଛି। ଯାହାକୁ ଚାର୍ଜ କରିବାକୁ ପ୍ରାୟ ଅଢ଼େଇ ଘଣ୍ଟା ସମୟ ଲାଗିବ।
ବାଇକ୍ ତିଆରି କରିଥିବା ଛାତ୍ର କୁହନ୍ତି, ଥରେ ଚାର୍ଜ କଲେ ଏହି ବାଇକ୍ ୨୭ କିଲୋମିଟର ପର୍ଯ୍ୟନ୍ତ ଗଡ଼ିବ। ଏଥିରେ ଅଧିକ ବିଜୁଳି ମଧ୍ୟ ଖର୍ଚ୍ଚ ହେବ ନାହଁି। ଏହାକୁ ଚାର୍ଜ କରିବାକୁ କେବଳ ୦.୬ ୟୁନିଟ୍ ବିଜୁଳି ଖର୍ଚ୍ଚ ହେବ।
ଆଗାମୀ ବର୍ଷରେ ଦେଶର ସମସ୍ତ ସ୍ଥାନରେ ଇଲେକ୍ଟ୍ରିକ୍ ଯାନବାହନର ଚାହିଦା ବୃଦ୍ଧି ପାଇବ। ଏହାକୁ ଦେଖି ବିଭିନ୍ନ କମ୍ପାନୀ ଏମିତି ଗାଡ଼ି ବଜାରକୁ ଛାଡ଼ିବା ପାଇଁ ଯୋଜନା କଲେଣି। ଏହା ପ୍ରଦୂଷଣ କମାଇବାରେ ମଧ୍ୟ ବିଶେଷ ଗୁରୁତ୍ୱ ବହନ କରିବ।