ଶର୍ଟ ସର୍କିଟରୁ ୧୦ ପରିବାରର ବିଦ୍ୟୁତ ଉପକରଣ ପୋଡି ନଷ୍ଟ

ଆସିକା,୬ା୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା କଲେଜଛକ ମହାରଣା କଲୋନୀରେ ଶୁକ୍ରବାର ବିଦ୍ୟୁତ ଶର୍ଟ ସର୍କିଟରେ ପ୍ରାୟ ୧୦ ପରିବାରର ବିଦ୍ୟୁତ ଉପକରଣ ପୋଡି ନଷ୍ଟ ହୋଇଯାଇଛି।

ଏପରିକି ଘର ସବୁ ଧୂଆଁମୟ ହୋଇଥିବା କ୍ଷତିଗ୍ରସ୍ତ ପରିବାରଗୁଡିକ ଅଭିଯୋଗ କରିଛନ୍ତି । ସୌଭାଗ୍ୟବଶତଃ କେହି ମୃତାହତ ହୋଇନାହନ୍ତି। ମହାରଣା କଲୋନୀର ପଦ୍ମ ମହାରଣା, ସୁଦର୍ଶନ ଜେନା, ପ୍ରମୋଦ କୁମାର ତ୍ରିପାଠୀଙ୍କ ସମେତ ବହୁ ପରିବାର ଏଭଳି ଅଘଟଣର ସମ୍ମୁଖୀନ ହୋଇଛନ୍ତି । ଏହି ସମ୍ପର୍କରେ ନୂଆଗାଁସ୍ଥିତ ବିଦ୍ୟୁତ ସବିଡିଭିଜନର ଏସଡିଓ ଜିତେନ୍ଦ୍ର ସିଂଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଲାଗି ବିଭାଗୀୟ କର୍ମଚାରୀଙ୍କୁ ପଠାଇଛି, ତଦନ୍ତ ପରେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ।

Share