Categories: ଫୁରସତ

ଇଲେକ୍ଟ୍ରିକ୍‌ ମୋହନ

ବେଳେବେଳେ ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର କରିବା ସମୟରେ ସାମାନ୍ୟ ଅସାବଧାନତା ହେଲେ ଶରୀରରେ ବିଦ୍ୟୁତ୍‌ ପ୍ରବାହ ହୋଇ ମଣିଷର ଜୀବନ ଚାଲିଯାଏ। କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କ ଶରୀର ମଧ୍ୟକୁ ବିଦ୍ୟୁତ୍‌ ପ୍ରବାହ ହେଲେ ମଧ୍ୟ ତାଙ୍କର କୌଣସି କ୍ଷତି ଘଟି ନ ଥାଏ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ କେରଳର ରାଜମୋହନ ନାୟାରଙ୍କ କ୍ଷେତ୍ରରେ ସତରେ ଏଭଳି ଘଟିଥାଏ। ତେଣୁ ତାଙ୍କୁ ସମସ୍ତେ ‘ଇଲେକ୍ଟ୍ରିକ୍‌ ମୋହନ’ ବୋଲି ଡାକନ୍ତି। ତାଙ୍କ ଆଗରେ କୌଣସି ବିଜ୍ଞାନ କାମ କରେ ନାହିଁ। ପ୍ରକୃତିର ନିୟମଠାରୁ ବିପରୀତ ଏବଂ ବିଜ୍ଞାନର କଣ୍ଡକ୍ସନ ଥିଓରୀର ଓଲଟା ଘଟିଥାଏ ତାଙ୍କ ଶରୀରରେ। ମଣିଷ ଶରୀର ବିଦ୍ୟୁତ୍‌ ସୁପରିବାହୀ। ତେଣୁ ଶରୀର ମଧ୍ୟ ଦେଇ ବିଦ୍ୟୁତ୍‌ ବହୁତ ଭଲଭାବେ ପ୍ରବେଶ କରିପାରେ। ଆଉ ଯେବେଯେବେ ଏଭଳି ହୁଏ, ମଣିଷର ମୃତ୍ୟୁ ଘଟେ। କିନ୍ତୁ ନାୟାରଙ୍କ ଶରୀରରେ ବୈଦ୍ୟୁତିକ କପର ତାରକୁ ସ୍ପର୍ଶ କରାଇ ୨୦୦୦ ଓ୍ବାଟର ବିଦ୍ୟୁତ୍‌ ପ୍ରବାହ କଲେ ବି କିଛି କ୍ଷତି ହୁଏ ନାହିଁ। ଏମିତି କେମିତି ସମ୍ଭବ ହେଉଛି ବୈଜ୍ଞାନିକମାନେ ବି ବୁଝିପାରୁ ନାହାନ୍ତି। ଆଉ ଯାହା ବିଜ୍ଞାନ ପରିଧିରୁ ଊର୍ଦ୍ଧ୍ୱରେ ତାହା ନିଶ୍ଚିତଭାବେ କେବଳ ଚମତ୍କାର ଅଟେ।

Share