ଇସଲାମାବାଦ,୨୭ା୧: ପାକିସ୍ତାନରେ ଘୋର ବିଦ୍ୟୁତ ସମସ୍ୟା ଦେଖିବାକୁ ମିଳିଛି। ପାକିସ୍ତାନରେ ଆର୍ଥିକ ସଙ୍କଟ ମଧ୍ୟରେ ଏହି ସମସ୍ୟା ଦେଖାଦେଇଥିବାରୁ ଦେଶରେ ଉତ୍ତେଜନା ଦେଖାଦେଇଛି। କିନ୍ତୁ ଆଜିକାଲି ପାକିସ୍ତାନ ଆହୁରି ଅନେକ ସମସ୍ୟା ଦେଇ ଗତି କରୁଛି। ଉତ୍ତର-ପଶ୍ଚିମ ସୀମାବର୍ତ୍ତୀ ଅଞ୍ଚଳରେ ତାଲିବାନ ଆତଙ୍କବାଦ ହେତୁ ଆଫଗାନିସ୍ତାନର ତାଲିବାନ ସହ ଏହାର ସମ୍ପର୍କ ଦିନକୁ ଦିନ ଖରାପ ହେବାରେ ଲାଗିଥିବା ବେଳେ ବାଲୁଚିସ୍ତାନରେ ପାନୀୟ ଜଳ ସମସ୍ୟା ଆହୁରି ଗଭୀର ହୋଇପଡ଼ିଛି।
ଏକ ରିପୋର୍ଟ ଅନୁଯାୟୀ, ବାଲୁଚିସ୍ତାନର ଜଳ ବିଶୋଧନ ଫିଲ୍ଟରେଶନ ପ୍ଲାଣ୍ଟରେ ତ୍ରୁଟି ହେତୁ ଏହି ସମସ୍ୟା ଦେଖାଦେଇଛି। ଏହି ଅଞ୍ଚଳର ଜଣେ ସଦସ୍ୟ କହିଛନ୍ତି, ବର୍ତ୍ତମାନ ବାଲୁଚିସ୍ତାନର ମାତ୍ର ୨୫ ପ୍ରତିଶତ ଲୋକ ବିଶୁଦ୍ଧ ପାନୀୟ ଜଳ ପାଉଛନ୍ତି। ଅବଶିଷ୍ଟ ଲୋକ ଘୋର ଜଳ ସମସ୍ୟା ମଧ୍ୟରେ ଗତି କରୁଛନ୍ତି।