Categories: ଫୁରସତ

୧୮ ବର୍ଷର ବିଦ୍ୟୁତ୍‌ ବିଲ୍‌ ୧୧ ଲକ୍ଷ ଟଙ୍କା

ଲଣ୍ଡନ: କିଛି ଜିନିଷକୁ ପ୍ରଥମ ଥର ବ୍ୟବହାର କରିବାବେଳେ ସେଥିରେ କିଛି ସୁବିଧା ମିଳିଥାଏ। ଯଦି ଲୋକେ ସେହି ସୁବିଧାକୁ ସବୁବେଳ ପାଇଁ ନେବାକୁ ଚାହିଁବେ, ତେବେ ତାହା ଅସୁବିଧାରେ ପରିଣତ ହୋଇଯିବ। ନିକଟରେ ଜଣେ ଦମ୍ପତିଙ୍କ ସହ ଏପରି ଏକ ଘଟଣା ଘଟିଛି। ଦମ୍ପତି ଗତ ୧୮ ବର୍ଷ ଧରି ବିଜୁଳି ବିଲ୍‌ ଦେଇ ନାହାନ୍ତି। ଏତେ ବର୍ଷ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ସେବା ଉପଭୋଗ କରୁଥିଲେ। ହେଲେ ଏବେ ସେମାନଙ୍କୁ ଏକ ଝଟ୍‌କା ଲାଗିଛି। ବ୍ରିଟେନର ବାସିନ୍ଦା ୪୪ ବର୍ଷୀୟା ଲି ହେନେସ୍‌ ଏବଂ ତାଙ୍କ ସ୍ବାମୀ ୪୫ ବର୍ଷୀୟ ଜୋ ଉଡ୍‌ଲେଙ୍କୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ନିକଟରେ ଏକ ବିଲ୍‌ ଆସିଛି। ସେଥିରେ ବିଦ୍ୟୁତ୍‌ ବିଲ ୧୧ ଲକ୍ଷ ଟଙ୍କା ଲେଖା ରହିଛି। ଦମ୍ପତିଙ୍କ କହିବା କଥା, ସେମାନଙ୍କୁ ୧୮ ବର୍ଷରୁ ବିଦ୍ୟୁତ୍‌ ବିଲ ମିଳି ନ ଥିଲା। ସେମାନେ ତାଙ୍କ ବିଦ୍ୟୁତ୍‌ ଅପରେଟରଙ୍କୁ ବହୁତ ଖୋଜିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ନ ପାଇବାରୁ ସେହି ଚେଷ୍ଟା ଛାଡ଼ିଦେଲେ। ଏବେ ୧୮ ବର୍ଷ ପରେ ବିଦ୍ୟୁତ୍‌ ବିଲ୍‌ ଆସିଛି। ୨୦୦୫ରେ ଦମ୍ପତି ତାଙ୍କ ନୂଆ ଘରେ ରହିବାକୁ ଆସିଥିଲେ। ସେବେଠାରୁ ତାଙ୍କୁ ବିଦ୍ୟୁତ୍‌ ବିଲ୍‌ ଆସି ନ ଥିଲା। ତେବେ ଚଳିତବର୍ଷ ତାଙ୍କୁ ଏକ ଚିଠି ମିଳିଥିଲା। ସେଥିରେ ପୋଷ୍ଟମ୍ୟାନ ତାଙ୍କ ପାଖକୁ ବିଲ୍‌ର ଚିଠି ପଠାଇ ପାରୁ ନ ଥିବା ଲେଖିଥିଲା। ଯେତେବେଳେ ବି ଦମ୍ପତିଙ୍କ ଘରର ଚିଠି ବାକ୍ସରେ ଯିଏ ବି କିଛି ଚିଠି ପକାଉଥିଲା, ତାଙ୍କ ବିଲେଇ ତାକୁ ଫିଙ୍ଗି ଦେଉଥିଲା। ବିଦ୍ୟୁତ୍‌ ବିଭାଗର କହିବା କଥା, ସେମାନେ ଦମ୍ପତିଙ୍କୁ ଚିଠି ଦେବାକୁ ଚାହୁଁଥିଲେ ମଧ୍ୟ ତାଙ୍କ ବିଲେଇ ସେପରି କରିବାକୁ ଦେଉ ନ ଥିଲା।

Share