ଏହିସବୁ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ବିଲ ପୈଠ ହେବ କୋହଳ

ଭୁବନେଶ୍ୱର, ୨୬ା୭ (ବନ୍ଦନା ସେଠୀ):ଉଠା ଜଳସେଚନ ଉପଭୋକ୍ତାଙ୍କ ବକେୟା ବିଦ୍ୟୁତ୍‌ ବିଲ୍‌ ଦେୟ ଅବଧିରେ କୋହଳ କରିଛନ୍ତି ରାଜ୍ୟ ସରକାର। ଚଳିତ ଖରିଫ ଋତୁରେ ଚାଷୀଙ୍କ ସ୍ବାର୍ଥରକ୍ଷା ନେଇ ଉଠାଜଳସେଚନ ଉପଭୋକ୍ତାଙ୍କୁ ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ ଲାଗି ସମୟ ସୀମା ବୃଦ୍ଧି କରିବାକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା, ବଡଚଣା ବିଧାୟକ ଅମର ନାୟକ ପ୍ରମୁଖ ପ୍ରସ୍ତାବ ଦେଇଥିଲେ। ବୁଧବାର ବିଧାନସଭାରେ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏ ନେଇ ବୈଠକ ଅନୁଷ୍ଠିତ ହେବାପରେ ଉପ ମୁଖ୍ୟମନ୍ତ୍ରୀ ସିଂହଦେଓ କୃଷି ବିଭାଗର ନିର୍ଦ୍ଦେଶକ ଏବଂ ବିତରଣ କମ୍ପାନିଙ୍କ ସହିତ ଆଲୋଚନା କରି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମସ୍ତ ଉଠା ଜଳସେଚନ ଉପଭୋକ୍ତାଙ୍କୁ ପ୍ରତି ମାସରେ ସେମାନଙ୍କର ବିଦ୍ୟୁତ ବିଲ୍‌ ପୈଠ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ବକେୟା ବିଦ୍ୟୁତ ବିଲ୍‌ ଟଙ୍କା ମଞ୍ଜୁର କରିବା ପାଇଁ ବିତରଣ କମ୍ପାନିଗୁଡ଼ିକ କିସ୍ତି ଜରିଆରେ ପୈଠ ପାଇଁ ସୁବିଧା ଦେବାକୁ ରାଜି ହୋଇଛନ୍ତି। ଅଗଷ୍ଟ ୨୦୨୪ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ସର୍ବାଧିକ ୮ଟି କିସ୍ତିରେ ବକେୟା ପୈଠ କରିବା ପାଇଁ ଉପଭୋକ୍ତାମାନେ ଏହି ସୁବିଧା ପାଇପାରିବେ। ବିଜୁଳି ଯୋଗାଣ ଯେପରି ନିରବଚ୍ଛିନ୍ନ ରହିବ ତାହା ସୁନିଶ୍ଚିତ କରିବା ସହିତ ଉପଭୋକ୍ତାଙ୍କୁ ଆର୍ଥିକ ନମନୀୟତା ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଅଧିକ ବିବରଣୀ ପାଇଁ ଡିସ୍କମ୍‌ର ଟୋଲ୍‌ ଫ୍ରି ନଂ. ୧୯୧୨ କିମ୍ବା କଷ୍ଟମରକେୟାର ସେଣ୍ଟରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri