ତାତିଲେ ବିଦ୍ୟୁତ୍‌ ଉପଭୋକ୍ତା

ଅନୁଗୋଳ ଅଫିସ ୭।୪(ମାନସ ବିଶ୍ୱାଳ)- ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏଶନର(ଏଆଇଇସିଏ) ଆହୱା କ୍ରମେ ୧ରୁ ୭ ଏପ୍ରିଲ ଦେଶବ୍ୟାପୀ ପ୍ରତିବାଦ ସପ୍ତାହ ଜାରି ରହିଛି । ଏହି ପରିପେକ୍ଷିରେ ପ୍ରିପେଡ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରିବା, ଟାଇମ୍‌ ଅଫ୍‌ ଡେ ତାରିଫ ଲାଗୁ କରିବା ପ୍ରସ୍ତାବ ବାତିଲ କରିବା, ବିଦ୍ୟୁତ୍‌ ସଂଶୋଧନ ବିଲ-୨୦୨୨ ପ୍ରତ୍ୟାହାର କରିବା, ବିଦ୍ୟୁତ୍‌ ସେବାର ଘରୋଇକରଣ ବନ୍ଦ କରିବା ଦାବିରେ ଅନୁଗୋଳ ଜିଲା ଶାଖା ପକ୍ଷରୁ ସୋମବାର ପୂର୍ବାହ୍ନରେ ଟିପିସିଓଡିଏଲ ଅନୁଗୋଳ ଡିଭିଜନ ଅଫିସ ସମ୍ମୁଖରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

ଉପଭୋକ୍ତାମାନେ ସହର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବିକ୍ଷୋଭ ସ୍ଥଳରେ ପହଞ୍ଚି ଥିଲେ। ଅନୁଷ୍ଠିତ ବିକ୍ଷୋଭ ସଭାରେ ବିଦ୍ୟୁତ୍‌ ଭଳି ଏକ ଅତ୍ୟାବଶ୍ୟକୀୟ ସେବାକୁ ବ୍ୟବସାୟରେ ପରିଣତ କରି ଘରୋଇ କମ୍ପାନୀଙ୍କ ଲାଭ ପାଇଁ କେନ୍ଦ୍ର ଓ ରାଜ୍ୟ ଭାଜପା ସରକାର ବିଭିନ୍ନ ନୀତି ଓ ପଦକ୍ଷେପ ଗ୍ରହଣ କରିଛନ୍ତି।

ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଶୋଷଣ କରିବା ପାଇଁ ରାଜ୍ୟରେ ଟାଟା ପାୱାରକୁ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ରାଜ୍ୟ ସରକାର ଦେଇଛନ୍ତି। ଏପରିକି ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗରେ କମ୍ପାନୀ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଘରେ ଜୋରଜବରଦସ୍ତ ପ୍ରିପେଡ ସ୍ମାର୍ଟ ମିଟର ବସାଉଛନ୍ତି । ପ୍ରିପେଡ ସ୍ମାର୍ଟ ମିଟର ଲଗାଇଲେ ମିଟର ଭଡା ଛାଡ କରିବା ଓ ବିଦ୍ୟୁତ୍‌ ଶୁଳ୍କରେ ରିହାତି ଦେବାକୁ ଓଇଆର୍‌ସି ଅଧ୍ୟକ୍ଷ ଯେଉଁ ଘୋଷଣା କରିଛନ୍ତି ତାହା ସର୍ବତ୍ର ପ୍ରିପେଡ ସ୍ମାର୍ଟ ମିଟର ଲଗାଇ ଆଗାମୀ ଦିନରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଶୋଷଣ କରିବା ଏକ ଚକ୍ରାନ୍ତ ବୋଲି ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏଶନ ଓଡ଼ିଶା ରାଜ୍ୟ ଆବାହକ ଜୟସେନ ମେହେର ପ୍ରକାଶ କରିଥିଲେ।

ଉପଭୋକ୍ତାମାନେ ସଚେତନ ହୋଇ ପ୍ରିପେଡ ସ୍ମାର୍ଟ ମିଟର ଏବଂ ଟାଇମ ଅଫ ଡେ ତାରିଫକୁ ବିରୋଧ କରିବା ସହ ବିଦ୍ୟୁତ୍‌ ବଣ୍ଟନ ବ୍ୟବସ୍ଥାକୁ ସରକାରୀ ପରିଚାଳନା କରିବା ପାଇଁ ଆନ୍ଦୋଳନ କରିବାବୁ ସେ ଆହୱାନ ଦେଇଥିଲେ ।

ପ୍ରିପେଡ ସ୍ମାର୍ଟ ମିଟର ବସାଇବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବାତିଲ କରିବା, ବିଦ୍ୟୁତ୍‌ ସଂଶୋଧନ ବିଲ-୨୦୨୨ ପ୍ରତ୍ୟାହାର କରିବା, ଟାଇମ୍‌ ଅଫ ଡେ ତାରିଫ ଲାଗୁ କରି ଅଧିକ ବିଦ୍ୟୁତ ବ୍ୟବହୃତ ସମୟ (ପିକ୍‌ ଆୱାର) ପାଇଁ ୟୁନିଟ ପ୍ରତି ଅଧିକ ବିଦ୍ୟୁତ୍‌ ଶୁଳ୍କ ନିର୍ଦ୍ଧାରଣ ପ୍ରସ୍ତାବ ବାତିଲ କରିବା, ବିଦ୍ୟୁତ୍‌ ଶୁଳ୍କ ଆଦାୟ ନାଁରେ ଉପଭୋକ୍ତାଙ୍କ ଉପରେ ଜୁଲୁମ ବନ୍ଦ କରିବା, ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୩୦୦ୟୁନିଟ ଦେୟମୁକ୍ତ ବିଦ୍ୟୁତ୍‌ ଯୋଗାଇଦେବା, ଘନଘନ ବିଦ୍ୟୁତ୍‌ କାଟ, ଲୋ-ଭୋଲ୍ଟେଜ ସମସ୍ୟାର ସମାଧାନ କରିବା, ଟ୍ରାନ୍ସଫରମର୍‌ ଅଚଳ ହେଲେ କିମ୍ବା ପୋଡିଗଲେ ୨୪ଘଣ୍ଟା ମଧ୍ୟରେ ନୂତନ ଟ୍ରାନ୍ସଫରମର୍‌ ସ୍ଥାପନ କରି ବଦ୍ୟୁତ୍‌ ଯୋଗାଣ ସ୍ବାଭାବିକ କରିବା, ବିଦ୍ୟୁତ୍‌ ସେବାର ଘରୋଇକରଣ ବନ୍ଦ କରିବା ଆଦି ଦାବି ସମ୍ବଳିତ ଏକ ଦାବିପତ୍ର ଓଡିଶାର ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟିପିସିଓଡିଏଲ ଅନୁଗୋଳ ଡିଭିଜନର ମ୍ୟାନେଜରଙ୍କୁ ପ୍ରତିନିଧି ମଣ୍ଡଳୀ ପ୍ରଦାନ କରିଥିଲେ।

ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ବଳରାମ ନାୟକ, ନବକିଶୋର ପ୍ରଧାନ, ଜେନାମଣି ରାଉତ, ସଞ୍ଜୟ ସାହୁ, ସୁବାସ ଦେହୁରୀ, ମାନସ ପାଳ, ପ୍ରତିମା ବେହେରା, ରଣଜିତ ପ୍ରଧାନ, ସତ୍ୟରଞ୍ଜନ ସାହୁ, ପ୍ରଗତି ନାୟକ, ସୁବାସ ପ୍ରଧାନ, ପରମାନନ୍ଦ ସାହୁ, ନିରଞ୍ଜନ ନାୟକ, ବ୍ରଜବନ୍ଧୁ ସାହୁ, ନାରାୟଣ ନାୟକ, ବିଷ୍ଣୁ ସାହୁଙ୍କ ସମେତ ବହୁ ଉପଭୋକ୍ତା ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ

ଭଞ୍ଜନଗର,୧୫/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗରେ ଭଞ୍ଜନଗର ପୋଲିସ ମଙ୍ଗଳବାର...

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ,...

ଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି, ୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ଖାରିଗୁଡ଼ା ଗ୍ରାମ ଦଣ୍ଡନାଚ ମେରୁଯାତ୍ରାରେ ସୋମବାର କମେଣ୍ଟ ମରାକୁ କେନ୍ଦ୍ରକରି ଆକ୍ରମଣ...

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ...

ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ...

କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି...

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଘଟଣା: ପ୍ରତିବାଦ କଲା ଗଜପତି ବିଜେଡି

ଗଜପତି,୧୫।୪(ଗିରିଧାରୀ ପରିଛା): ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ବିଜେଡି ବିରୋଧ ପ୍ରଦର୍ଶନ କରିଛି। ମଙ୍ଗଳବାର ବଲାଙ୍ଗୀର ଜିଲା ପାଟଣାଗଡରେ ଗଜପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image