ଟାରିଫ୍‌ ହ୍ରାସ ଅପେକ୍ଷାରେ ବିଦ୍ୟୁତ୍‌ ଉପଭୋକ୍ତା

ଭୁବନେଶ୍ୱର,୧୪।୪(ରବିନାରାୟଣ ଜେନା): କେନ୍ଦ୍ରୀୟ କୋଇଲା ଆଇନ ଓ ଅଧିନିୟମକୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି) ଉଲ୍ଲଂଘନ କରୁଥିବାରୁ ରାଜ୍ୟରେ ବିଦୁତ୍‌ ଟାରିଫ୍‌ ଅଧିକ ରହିଛି। ନିୟମ ଅନୁଯାୟୀ ୟୁନିଟ୍‌ ପିଛା ୩ଟାଙ୍କା ଭିତରେ ରହିବା କଥା, ମାତ୍ର ଏହା ଏବେ ୩.୪୦ଟଙ୍କା ରହିଛି। ନିକଟରେ ଆୟୋଗଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଶୁଣାଣି ସମ୍ପୂର୍ଣ୍ଣ ହୋଇଥିବା ବେଳେ ମଙ୍ଗଳବାର ଏହାର ଦ୍ୱିତୀୟ ପର୍ଯ୍ୟାୟ ଶୁଣାଣି ହେବ। ଯଦି ଆୟୋଗ କେନ୍ଦ୍ରୀୟ କୋଇଲା ଆଇନ ଓ ଅଧିନିୟମକୁ ଠିକଣା ଭାବେ କାର୍ଯ୍ୟକାରୀ କରନ୍ତି ତେବେ ବିଦ୍ୟୁତ୍‌ ଟାରିଫ୍‌ କମିବ ବୋଲି ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ରବିବାର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି) ପରିଚାଳନାଧୀନ ଇବ୍‌ ଥର୍ମାଲରୁ ଉତ୍ପାଦିତ ବିଦ୍ୟୁତ ରାଜ୍ୟ ଚାହିଦାର ଏକ-ତୃତୀୟାଂଶ ପୂରଣ କରୁଛି। ଏହାର ନିର୍ମାଣାଧୀନ ୧୩୨୦ ମେଗାୱାଟ୍‌ କ୍ଷମତାବିଶିଷ୍ଟ ତୃତୀୟ ପର୍ଯ୍ୟାୟ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଅର୍ଦ୍ଧାଧିକ ବିଦ୍ୟୁତ ଚାହିଦା ପୂରଣ ହେବ। ଟାରିଫ୍‌ ଦୃଷ୍ଟିରୁ ଓପିଜିସି ବିଦ୍ୟୁତ୍‌ ମୂଲ୍ୟ କେନ୍ଦ୍ରୀୟ ତାପଜ ବିଦ୍ୟୁତଠାରୁ ଶସ୍ତା ହେଲେ ବି ବେଦାନ୍ତ, ଜିନ୍ଦଲ ଭଳି ଘରୋଇ ସଂସ୍ଥାଙ୍କ (ଆଇପିପି) ତୁଳନାରେ ଅକାରଣରେ ମହଙ୍ଗା ହେଉଛି। ଫଳରେ ରାଜ୍ୟର ଉପଭୋକ୍ତାମାନେ ଜାତୀୟ ହାର ତୁଳନାରେ ଅଧିକ ବିଲ୍‌ ପଇଠ କରିବାକୁ ବାଧ୍ୟ ହେଉଛନ୍ତି। ଉପଭୋକ୍ତାଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସ୍ବତନ୍ତ୍ର କୋଇଲା ଖଣି ଆବଣ୍ଟନ ନୀତି ଆଧାରରେ କେନ୍ଦ୍ର ସରକାର ମନୋହରପୁର ଓ ଡିପ୍‌ ସାଇଡ୍‌ ମନୋହରପୁର ଭଳି ଦୁଇଟି ଉଚ୍ଚମାନର କୋଇଲା ଖଣିକୁ ଓପିଜିସିର କୋଇଲା ଚାହିଦା ପୂରଣ ପାଇଁ ୨୦୧୫ରେ ଆବଣ୍ଟନ କରିଥିଲେ। ଏହି ଖଣି ଦୁଇଟିକୁ ପାଇବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଓପିଜିସି ଓଡ଼ିଶା କୋଲ୍‌ ଆଣ୍ଡ ପାୱାର ଲିଃ (ଓସିପିଏଲ୍‌) ନାମରେ ସହଯୋଗୀ ସଂସ୍ଥା ଗଠନ କରିଥିଲେ।
୨୦୧୯ରୁ ଓସିପିଏଲ୍‌ ଏହି ଖଣିରୁ କୋଇଲା ଉତ୍ତୋଳନ କରି ଓପିଜିସିକୁ କୋଇଲା ଯୋଗାଇ ଆସୁଥିଲେ ହେଁ କେନ୍ଦ୍ରୀୟ ନୀତି ଅନୁଯାୟୀ ଉପଭୋକ୍ତାମାନେ ଯେଉଁ ପ୍ରତ୍ୟକ୍ଷ ଫାଇଦା ପାଇବା କଥା ସେଥିରୁ ବଞ୍ଚିତ ହେଉଛନ୍ତି। ଉଲ୍ଲେଖଯୋଗ୍ୟ, ଆବଣ୍ଟିତ କୋଇଲା ଖଣିରୁ ଉପଭୋକ୍ତାଙ୍କୁ ଫାଇଦା ଦେବା ଲକ୍ଷ୍ୟରେ କୋଇଲାର ମୂଲ୍ୟ ନିର୍ଣ୍ଣୟ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ବିଦ୍ୟୁତ୍‌ ନିୟାମକ ଆୟୋଗ(ସିଇଆରସି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ରେ କେନ୍ଦ୍ରୀୟ ଆୟୋଗ ଏଥିପାଇଁ ଆବଶ୍ୟକ ଅଧିନିୟମ ଲାଗୁ କରି କୋଇଲାର ଟନ୍‌ ପିଛା ମୂଲ୍ୟକୁ ୧,୦୦୦ ଟଙ୍କା ମଧ୍ୟରେ ସୀମିତ ରଖିଲେ। ଫଳରେ କେନ୍ଦ୍ରୀୟ ତାପଜ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ହାରାହାରି ୯୦୦ ଟଙ୍କା ଦରରେ କୋଇଲା ପାଉଛନ୍ତି। ବିଦ୍ୟୁତ ଆଇନର ଧାରା ୬୧ ଅନୁସାରେ କେନ୍ଦ୍ରୀୟ ଆୟୋଗଙ୍କ ଦ୍ବାରା ଜାରି ନୀତି ଓ ନିୟମ ରାଜ୍ୟ ନିୟାମକ ଆୟୋଗଙ୍କ ପାଇଁ ଶିରୋଧାର୍ଯ୍ୟ। ମାତ୍ର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ରହସ୍ୟଜନକ ଭାବେ ଏପର୍ଯ୍ୟନ୍ତ ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ ଓପିଜିସି କୋଇଲା ମୂଲ୍ୟ ହାରାହାରି ଦୁଇଗୁଣ (ଟନ୍‌ ପିଛା ୧୮୦୦ ଟଙ୍କା) ରହୁଛି।
ଆୟୋଗଙ୍କ ଏଭଳି ଉପଭୋକ୍ତା ମାରଣ ନୀତି ବିରୋଧରେ ୨୦୨୩ ଟାରିଫ୍‌ ଜନଶୁଣାଣି ବେଳେ ପ୍ରବଳ ବିରୋଧ କରାଯାଇଥିଲା। ଶେଷରେ ଓଇଆରସି କୋଇଲା ମୂଲ୍ୟ ନିର୍ଦ୍ଧାରଣ ପାଇଁ ୨୦୨୪ ମାର୍ଚ୍ଚ ୨୯ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଉପରୋକ୍ତ ଅଧିନିୟମ ଅନୁଯାୟୀ ଏ ପର୍ଯ୍ୟନ୍ତ କୋଇଲା ମୂଲ୍ୟ ନିର୍ଣ୍ଣୟ ହୋଇ ନ ଥିବାବେଳେ ଆୟୋଗ ଓପିଜିସିର ଦ୍ବିତୀୟ ପର୍ଯ୍ୟାୟ (ୟୁନିଟ୍‌ ୩ ଓ ୪) ପାଇଁ ଚଳିତ ମାସ ୧୫ ତାରିଖରେ ଜନଶୁଣାଣି ଦିନ ଧାର୍ଯ୍ୟ କରିଛନ୍ତି। କୋଇଲା ମୂଲ୍ୟ ନିର୍ଦ୍ଧାରଣ ପ୍ରସଙ୍ଗ ଏ ଯାଏ ସାର୍ବଜନୀନ ହୋଇ ନ ଥିବାବେଳେ ଆୟୋଗ କେଉଁ ସ୍ବଚ୍ଛତା ଆଧାରରେ ଜନଶୁଣାଣି କରିବାକୁ ଯାଉଛନ୍ତି ତାହା ସନ୍ଦେହ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ଜନଶୁଣାଣିି ବେଳେ ଓଇଆରସିଙ୍କ ପକ୍ଷରୁ କି’ ପଦକ୍ଷେପ ଗ୍ରହଣ କରାଯାଉଛି ତାକୁ ରାଜ୍ୟବାସୀଙ୍କ ଅପେକ୍ଷା କରିଛନ୍ତିି ବୋଲି ଶକ୍ତି ସମୀକ୍ଷକ ଆନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କ୍ୟାମେରା, ବିନା ଷ୍ଟାରରେ ମନ୍ଦିର ପୂଜାରୀ ତିଆରି କଲେ ବିଶ୍ୱର ପ୍ରଥମ AI ଫିଲ୍ମ !

ବେଙ୍ଗାଲୁରୁ,୨୨।୪: କର୍ନାଟକର ଜଣେ ପୂଜାରୀ AI ଉପକରଣ ସାହାଯ୍ୟରେ ବିଶ୍ୱର ପ୍ରଥମ ସମ୍ପୂର୍ଣ୍ଣ AI-ଆଧାରିତ କନ୍ନଡ ଫିଲ୍ମ ତିଆରି କରିଛନ୍ତି। ବେଙ୍ଗାଲୁରୁର ସିଦ୍ଧେହଲ୍ଲି ଗାଁର ହନୁମନ୍ତରାଇ...

କଲେଜରେ ଭଉଣୀଙ୍କୁ ଛାଡ଼ି ଫେରୁଥିଲେ: ବାଇକ୍‌ ସହ ଧକ୍କା ପରେ ଚାପିଦେଲା ହାଇଓ୍ବା, ଯୁବକ ମୃତ…

ତିହିଡି଼,୨୨।୪(ସଞ୍ଜିତ ବଳ):ଭଦ୍ରକ-ଚାନ୍ଦବାଲି ରାସ୍ତାର ବିନ୍ଧାବଜାରଠାରୁ କିଛି ଦୂରରେ ମଙ୍ଗଳବାର ସକାଳ ସାଢେ ୮ଟା ସମୟରେ ଏକ ହାଇୱା ତଳେ ଚାପିହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି...

ପୋପ୍‌ ଫ୍ରାନ୍ସିସ୍‌ଙ୍କ ବିୟୋଗ: ରାଜ୍ୟ ପାଳିବ ୩ ଦିନିଆ ଶୋକ

ଭୁବନେଶ୍ୱର,୨୨।୪: ରୋମାନ କାଥୋଲିକ୍‌ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କର ବିୟୋଗରେ ରାଜ୍ୟ ୩ ଦିନିଆ ଶୋକ ପାଳିବ। ଏପ୍ରିଲ ୨୨ (ମଙ୍ଗଳବାର) ଏବଂ ଏପ୍ରିଲ...

ଜେଲ ଯିବେ ରାହୁଲ-ସୋନିଆ? ନ୍ୟାଶନାଲ ହେରାଲଡ ମାମଲାରେ କେମିତି ଫସିଛନ୍ତି Gandhi Family ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୪: ନ୍ୟାଶନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର ଅଭିଯୋଗର ପ୍ରତିବାଦ କରିବା ପାଇଁ ଆୟୋଜିତ କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ...

ଅଂଶୁଘାତ ଭୟ: ଅସହ୍ୟ ଗୁଳୁଗୁଳିରେ ଜୀବନ ଅସ୍ତବ୍ୟସ୍ତ

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ):ତାତି ବଢ଼ି ଚାଲିଛି। ଗୁଳୁଗୁଳି ମଧ୍ୟ ଅସହ୍ୟ ହୋଇ ପଡୁଛି। ଏଭଳି ସ୍ଥିତିରେ ଉଭୟ ଘରେ ଏବଂ ବାହାରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି।...

କିଏ ସେ ୫ ନେତା ଯିଏକି ବିଜେଡିକୁ ବୁଡାଇଦେବେ? ଅମରେଶଙ୍କ ବୟାନକୁ ନେଇ ରାଜନୀତିରେ ହଲଚଲ

ଭୁବନେଶ୍ୱର.୨୨।୪: ଥମିବାର ନାଁ ନେଉନାହିଁ ବିଜେଡି କନ୍ଦଳ। ଏବେ ବିଜେଡି କଳିକୁ ନେଇ ବରିଷ୍ଠ ନେତା ଅମରେଶ ଜେନା ବିସ୍ଫୋରକ ବୟାନ ଦେଇଛନ୍ତି। ଦଳର ୪...

ସର୍ବକାଳୀନ ରେକର୍ଡ: ଲକ୍ଷେ ଟପିଗଲା ସୁନା, ଏବେ…

ନୂଆଦିଲ୍ଲୀ,୨୨।୪: ସୁନାର ସର୍ବକାଳୀନ ରେକର୍ଡ। ଦିନକରେ ୩ ହଜାର ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ...

ଗାଇଡ଼ଲାଇନ ଖୋଲାଖୋଲି ଉଲ୍ଲଂଘନ ପ୍ରସଙ୍ଗ:ଖୁବଶୀଘ୍ର ଗଠନ ହେବ ନୂତନ ପରିଚାଳନା କମିଟି

ଗଞ୍ଜାମ,୨୨/୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ନେଇ ଚର୍ଚ୍ଚା ହେଉଛି। ଅବ୍ୟବସ୍ଥାରେ ସ୍କୁଲ ବାର୍ଷିକ ଉତ୍ସବ ନେଇ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image