ଚାଇନାରେ ବିଜୁଳି ସଙ୍କଟ: ଫ୍ୟାକ୍ଟ୍ରିରେ କାମ ବନ୍ଦ, ପାଣି ଗରମ କରିବାକୁ ମନା

ବେଜିଂ,୨୮ ।୯: ଚାଇନାରେ ଏବେ ଉତ୍କଟ ବିଜୁଳି ସଙ୍କଟ ଦେଖାଯାଇଛି । ଚାଇନାର ପୂର୍ବୋତ୍ତର ବନ୍ଦ ହୋଇଯାଇଛି । ଲୋକଙ୍କୁ ଅଧିକ ପାଣି ଗରମ କରିବାକୁ ବାରଣ କରାଯାଇଥିବା ବେଳେ ଅଧିକ ପାୱାର ବାଲା ଗେଜେଟ୍ସର ବ୍ୟବହାର କରିବାକୁ ମନା କରି ଦିଆଯାଇଛି । କିଛି ମଲ ଓ ଦୋକାନକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ଏବେ ସେଠାକାର ଲୋକେ ଅନ୍ଧାରରେ ଜୀବନ କାଟିବାକୁ ଅଭ୍ୟାସରେ ପକାଉଥିବା କୁହାଯାଉଛି । ମୈନୁଫ୍ୟାକ୍‌ଚର୍ସଙ୍କ ଅଧିକ ଆବଶ୍ୟକତା ଯୋଗୁ କୋଇଲା ସପ୍ଲାଇରେ ବାଧା ସୃଷ୍ଟି ହେବାରୁ ଏଭଳି ବିଜୁଳି ସଙ୍କଟ ଦେଖାଦେଇଥିବା କୁହାଯାଉଛି । ଚାଇନର କିଛି ବନ୍ଦର ବେଶ୍ କିଛି ଦିନ ହେବ ବନ୍ଦ ପଡିଥିବାରୁ କୋଇଲା ସପ୍ଲାଇ ହୋଇପାରୁ ନାହିଁ । ଫଳରେ କୋଇଲା ପାଇଁ ଲମ୍ବା ଲାଇନ୍ ଲଗାଇବାକୁ ପଡୁଛି । ଏପରି ସ୍ଥଳେ ଚାଇନାର ଅଧିକାଂଶ ଅଞ୍ଚଳରେ ସରକାର ବିଜୁଲି କାଟିବାକୁ ଘୋଷଣା କରି ସାରିଛନ୍ତି ।

Share