Categories: ଜାତୀୟ

କୋଇଲା ସଙ୍କଟ: ଆଠରୁ ଦଶ ଘଣ୍ଟା ପର୍ଯ୍ୟନ୍ତ କଟା ଯାଉଛି ବିଜୁଳି

ନୂଆଦିଲ୍ଲୀ,୯ ।୧୦: ଦେଶର କେତେ ଗୁଡିଏ ରାଜ୍ୟରେ କୋଇଲା ସଙ୍କଟ ଯୋଗୁ ବିଜୁଳି ସଙ୍କଟ ବଢିଯାଇଛି । ଝାଡଖଣ୍ଡରେ କୋଇଲା କମ୍ ଥିବାରୁ ୨୮୫ ମେଗାୱାଟରୁ ନେଇ ୪୩୦ ମେଗାୱାଟ ପର୍ଯ୍ୟନ୍ତ ଲୋଡ ଶେଡିଂଗ କରିବାକୁ ପଡୁଛି । ଏଥିପାଇଁ ଦିନରେ ଗାଁରେ ୮-୧୦ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି କାଟି ଦିଆଯାଉଛି । ସେହିପରି ବିହାରରେ ୫ ଗୁଣା ଅଧିକ ବିଜୁଳି ବିଲ୍ ବୃଦ୍ଧି କରି ମଧ୍ୟ ସମ୍ପୂର୍ଣ୍ଣ ବିଦ୍ୟୁତ ଯୋଗାଇ ଦିଆଯାଉ ନାହିଁ । ପୂର୍ବରୁ ବିଜୁଳି ୟୁନିଟ ପିଛା ୫ ଟଙ୍କା ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ଏବେ ବିଜୁଳି ୟୁନିଟ ପିଛା ଦାମ ୨୦ଟଙ୍କା କରି ଦିଆଯାଇଛି । ଆଗକୁ ପର୍ବ ଥିବାରୁ ଏହି ବିଜୁଳି ସଙ୍କଟ ଆହୁରି ବଢିଯିବ ବୋଲି କୁହାଯାଉଛି ।

Share