Categories: ଫୁରସତ

ସାପ ପାଇଁ ୧୧ ହଜାର ଘରେ ବିଜୁଳି କାଟ

ୱାଶିଂଟନ: ଆମେରିକାର ଭର୍ଜିନିଆରେ ଏକ ସାପ ଯୋଗୁ ଶନିବାର ୧୧ ହଜାର ଲୋକଙ୍କ ଘରେ ପ୍ରାୟ ଦେଢ଼ ଘଣ୍ଟା ଧରି ବିଜୁଳି କାଟ କରାଯାଇଥିଲା। ଭର୍ଜିନିଆ ସହରର ବିଭିନ୍ନ ଅଞ୍ଚଳରେ ଶନିବାର ହଠାତ ବିଦ୍ୟୁତ କାଟ ଘଟିଥିଲା। ଏନେଇ ସ୍ଥାନୀୟ ବିଦ୍ୟୁତ ବିଭାଗ ଅଧିକାରୀ କହିଛନ୍ତି, ଏକ ସାପ ଯୋଗୁ ଏହି ବିଜୁଳି ବିଭ୍ରାଟ ହୋଇଛି। ଉକ୍ତ ସାପଟି ସହରର ଏକ ହାଇ ଭୋଲ୍‌ଟେଜ୍‌ ଅଞ୍ଚଳରେ ପ୍ରବେଶ କରି ଗୋଟିଏ ଟ୍ରାନ୍ସଫର୍ମରର ସଂସ୍ପର୍ଶରେ ଆସିଥିଲା। ଫଳରେ ସଟ୍‌ସର୍କିଟ ଘଟି ଉକ୍ତ ଅଞ୍ଚଳରେ ବ୍ୟାପକ ବିଜୁଳି ବିଭ୍ରାଟ ହୋଇଥିଲା। ଅଞ୍ଚଳର ୧୧,୭୦୦ ଘରେ ବିଜୁଳି କାଟ୍‌ ହୋଇଥିଲା। ସୂଚନା ପାଇ ବିଜୁଳି ବିଭାଗ କର୍ମଚାରୀମାନେ ତୁରନ୍ତ ପାୱାର ରି-ରିଷ୍ଟୋରେସନ୍‌ କାର୍ଯ୍ୟ ଆରମ୍ଭ କରିଥିଲେ। ଦେଢ଼ ଘଣ୍ଟା ପରେ ପୁନଶ୍ଚ ସମଗ୍ର ଅଞ୍ଚଳରେ ବିଦ୍ୟୁ ଆସିଥିଲା।

Share