ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ବିଦ୍ୟୁତ୍‌ ଆଲୋକ ବନ୍ଦ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୩: ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରକୁ ଆର୍ଥ ଆଓ୍ବାର ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ମାର୍ଚ୍ଚ ୨୭ରେ ପଡୁଛି। ତେଣୁ ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ପର୍ଯ୍ୟନ୍ତ ସମସ୍ତ ଅଦରକାରୀ ବିଦ୍ୟୁତ୍‌ ଆଲୋକ ବନ୍ଦ କରାଯିବ। ବିଦ୍ୟୁତ୍‌ ଶକ୍ତି ସଂରକ୍ଷଣ କରିବା ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ୨୦୦୭ଠାରୁ ଏହି ଦିବସ ପାଳିତ ହୋଇ ଆସୁଛି। ପ୍ରଥମେ ୨୦୦୭ ମାର୍ଚ୍ଚ ୩୧ରେ ଅଷ୍ଟ୍ରେଲିଆର ସିଡ୍‌ନୀରେ ଆୟୋଜିତ ହୋଇଥିଲା। ୨୦୦୯ରେ ପୃଥିବୀର ୫୮ ସହରର ୫୦ ଲକ୍ଷରୁ ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରି ରାତିରେ ଘଣ୍ଟାଏ ପାଇଁ ବିଦ୍ୟୁତ୍‌ ଆଲୋକ ବନ୍ଦ କରିଥିଲେ। ୨୦୧୦ରେ ୧୫୮ ସହରକୁ ଏହି ଅଭିଯାନରେ ସାମିଲ କରାଯାଇଥିଲା। ୨୦୧୮ରେ ଏହାଦ୍ୱାରା ଘଣ୍ଟାଏ ମଧ୍ୟରେ ୩୦୫ ମେଗାଓ୍ବାଟ ବିଦ୍ୟୁତ୍‌ ଶକ୍ତି ସଞ୍ଚୟ ହୋଇଥିଲା। ୨୦୨୦ରେ ୭୯ ମେଗାଓ୍ବାଟ ଶକ୍ତି ଘଣ୍ଟାଏ ମଧ୍ୟରେ ସଂରକ୍ଷଣ କରାଯାଇଥିଲା। ଚଳିତ ବର୍ଷ ପୃଥିବୀର ୧୮୦ରୁ ଅଧିକ ଦେଶ ଏହି ଅଭିଯାନରେ ସାମିଲ ହେବେ।

Share