ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ଦବଙ୍ଗଗିରି, ଚାଷୀଙ୍କୁ ମାରପିଟ୍‌, ଚାପା ଉତ୍ତେଜନା

ବରଗଡ଼, ୨୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଜରିମୂଲି ଗ୍ରାମରେ ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ସମୟରେ ବିଦ୍ୟୁତ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ବିଭାଗୀୟ କର୍ମଚାରୀଙ୍କ ସହିତ ବିଦ୍ୟୁତ ବିଲ ଅସୁଲି କରିବାକୁ ଯାଇଥିଲେ। ତେବେ ବିଦ୍ୟୁତ ବିଲ ଅସୁଲି ସମୟରେ କନିଷ୍ଠ ଯନ୍ତ୍ରୀ ଗ୍ରାମର ସୌଦାଗର କୁଅଁରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ଓ ଜାତିଆଣ ଆକ୍ଷେପ ନେଇ ଅମ୍ବାଭୋନା ଥାନାରେ ଏତଲା ଦାଏର ହୋଇଛି। ସେହିପରି କନିଷ୍ଠ ଯନ୍ତ୍ରୀଙ୍କ ସେଭଳି ଆଚରଣର ପ୍ରତିବାଦ କରିବାରୁ ଅଞ୍ଚଳର ଚାଷୀନେତା ଈଶାନ୍ତ ଭୋଇଙ୍କୁ ମଧ୍ୟ କନିଷ୍ଠ ଯନ୍ତ୍ରୀ ମାଡ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ସେ ମଧ୍ୟ ଥାନାରେ ଏତଲା ଦେଇଛନ୍ତି। ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ସମେତ ସଂଗଠନର ଅନେକ କର୍ମୀ ଅମ୍ବାଭୋନା ପହଞ୍ଚିଛନ୍ତି। ଘଟଣାକୁ ନିନ୍ଦା କରିବା ସହିତ ସଂପୃକ୍ତ ଯନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରାଯିବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ଦୋକାନରେ ମାଡ଼ିଗଲା ହାଇଓ୍ବା: ଚାଲିଗଲା ୩ ଜୀବନ

ସୁନ୍ଦରଗଡ଼,୨୩।୩(ଜୟ ନାରାୟଣ ମେଣ୍ଡୁଳି) ସୁନ୍ଦରଗଡ଼ ଜିଲା କେ. ବଲାଙ୍ଗ ଥାନା ଅଧୀନ ଜାମୁଡିହି ଟୋଲଗେଟ୍‌ ନିକଟକରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ...

ମାନସ ପାରାୟଣ ନିମନ୍ତେ ପ୍ରସ୍ତୁତି ସଭା

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଶ୍ରୀ ରାମଦୟା ପରିଷଦ ଶାଖା ଆନୁକୂଲ୍ୟରେ ବଜାର ସିଂହଦ୍ଵାର ଛକଠାରେ ଆସନ୍ତା ଏପ୍ରିଲ ୧୮ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ନବଦିନାତ୍ମକ...

ଘୁମୁସର ବନଖଣ୍ଡକୁ ଜଗିବ ଏଆଇ କ୍ୟାମେରା: କାଠମାଫିଆ, ଶିକାରୀ ହେବେ ସାବାଡ଼

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ବନ୍ୟପ୍ରାଣୀ ଶିକାର ଏବଂ କାଠଚୋରି ରୋକିବା ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବୈଷୟିକ ଜ୍ଞାନ କୌଶଳର ସହାୟତା...

ମୁଖ୍ୟମନ୍ତ୍ରୀଙ୍କ ଗାଁ ଧାନମଣ୍ଡି ନିରୀକ୍ଷଣ କଲେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି

କେନ୍ଦୁଝର,୨୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶର ସାହୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଗାଁ ଧାନମଣ୍ଡି ପଳାଶପଙ୍ଗା ସେବା...

ଏପ୍ରିଲ ୨ରେ ଖଡ଼ିଛୁଆଁ: ପ୍ରବେଶ ଉତ୍ସବ ନେଇ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ

କୋରାପୁଟ,୨୩ା୩(ଅମିତାଭ ବେହେରା): ଆସନ୍ତା ଏପ୍ରିଲ ୨ରେ ଆରମ୍ଭ ହେବାକୁ ଥିବା ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ବଣ୍ଟନ ଆରମ୍ଭ ହୋଇଯାଇଛି।...

ବହି ଗୋଦାମରେ ବିସ୍ଫୋରଣରୁ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ବହି

ଜଗତସିଂହପୁର,୨୩।୩: ଜଗତସିଂହପୁର ଜନତା କୋଠି ଛକରେ ଥିବା ବହି ଗୋଦାମରେ ବିସ୍ଫୋରଣ ହେବା ସହ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବହି ଏବଂ...

ଟାଙ୍ଗଣାପଲ୍ଲୀ ପଞ୍ଚାୟତରେ ଭାଜପାର ମିଶ୍ରଣ ପର୍ବ; ଦଳ ଛାଡି…

ଛତ୍ରପୁର, ୨୩।୩( ଦିଲୀପ ସାମଲ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଟ ବଗଡ଼ ଗ୍ରାମ ନିକଟରେ ଭାଜପାର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ବିଧାୟକ...

ପିପିଲିରେ ଲଜ୍ଜା: ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ପିପିଲି,୨୩ା୩(ପ୍ରଭାତ କୁମାର ମହାପାତ୍ର): ପୁରୀ ଜିଲା ପିପିଲିରୁ ଏକ ଲଜ୍ଜା ଜନକ ଘଟଣା ସାମ୍‌ନାକୁ ଆସିଛି। ଜଣେ ନବମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image