Advertisement

ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ଦବଙ୍ଗଗିରି, ଚାଷୀଙ୍କୁ ମାରପିଟ୍‌, ଚାପା ଉତ୍ତେଜନା

ବରଗଡ଼, ୨୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଜରିମୂଲି ଗ୍ରାମରେ ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ସମୟରେ ବିଦ୍ୟୁତ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ବିଭାଗୀୟ କର୍ମଚାରୀଙ୍କ ସହିତ ବିଦ୍ୟୁତ ବିଲ ଅସୁଲି କରିବାକୁ ଯାଇଥିଲେ। ତେବେ ବିଦ୍ୟୁତ ବିଲ ଅସୁଲି ସମୟରେ କନିଷ୍ଠ ଯନ୍ତ୍ରୀ ଗ୍ରାମର ସୌଦାଗର କୁଅଁରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ଓ ଜାତିଆଣ ଆକ୍ଷେପ ନେଇ ଅମ୍ବାଭୋନା ଥାନାରେ ଏତଲା ଦାଏର ହୋଇଛି। ସେହିପରି କନିଷ୍ଠ ଯନ୍ତ୍ରୀଙ୍କ ସେଭଳି ଆଚରଣର ପ୍ରତିବାଦ କରିବାରୁ ଅଞ୍ଚଳର ଚାଷୀନେତା ଈଶାନ୍ତ ଭୋଇଙ୍କୁ ମଧ୍ୟ କନିଷ୍ଠ ଯନ୍ତ୍ରୀ ମାଡ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ସେ ମଧ୍ୟ ଥାନାରେ ଏତଲା ଦେଇଛନ୍ତି। ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ସମେତ ସଂଗଠନର ଅନେକ କର୍ମୀ ଅମ୍ବାଭୋନା ପହଞ୍ଚିଛନ୍ତି। ଘଟଣାକୁ ନିନ୍ଦା କରିବା ସହିତ ସଂପୃକ୍ତ ଯନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରାଯିବାକୁ ସେମାନେ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel