ବର୍ଷା ପାଣିରୁ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ, ଆଇଆଇଟିର ସଫଳତା …

ନୂଆଦିଲ୍ଲୀ,୧୮।୯: ଏଣିକି ବର୍ଷା ପାଣିରୁ ମଧ୍ୟ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହୋଇପାରିବ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ ପକ୍ଷରୁ ଦୀର୍ଘଦିନ ଗବେଷଣା କରାଯିବା ପରେ ଏନେଇ ଏକ ମେଶିନ୍‌ ବିକଶିତ କରାଯାଇଛି। ଏହି ମେଶିନ୍‌ ଜଳ ବୁନ୍ଦା, ବର୍ଷା ଜଳ, ଜଳ ପ୍ରବାହ ଏବଂ ଏପରିକି ସମୁଦ୍ର ଜୁଆରରୁ ବିଦ୍ୟୁତ ଉତ୍ପାଦନ କରିପାରିବ।

ଏହି ଟ୍ରିବୋଇଲେକ୍ଟ୍ରିକ ନାନୋଜେନେରେଟର ଦ୍ୱାରା ଉତ୍ପାଦିତ ବିଦ୍ୟୁତ ଶକ୍ତି ବ୍ୟାଟେରୀରେ ସଂଗୃହୀତ ହୋଇ ରହିପାରିବ। ନାନୋଜେନେରେଟର ଦ୍ୱାରା ଉତ୍ପାଦିତ ହୋଇଥିବା ବିଦ୍ୟୁତ୍‌ ଶକ୍ତି ଦ୍ୱାରା ଘଣ୍ଟା, ଡିଜିଟାଲ ଥର୍ମୋମିଟର, ରେଡିଓ ଫ୍ରିକ୍ୱେନ୍ସି ଟ୍ରାନ୍ସମିଟର, ସ୍ବାସ୍ଥ୍ୟସେବାରେ ବ୍ୟବହୃତ ହେଉଥିବା ସେନ୍ସର ଏବଂ ପେଡୋମିଟରକୁ ଆବଶ୍ୟକ ବିଦ୍ୟୁତ୍‌ ଶକ୍ତି ଯୋଗାଇ ପାରିବ ବୋଲି ଆଇଆଇଟି ଦିଲ୍ଲୀର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ନୀରଜ ଖେର କହିଛନ୍ତି।

Share