ହୁଡ଼ିସାହିରେ ବିଜୁଳି ସାତସପନ

ଚମ୍ପୁଆ,୬।୧(ଡି.ଏନ.ଏ.)- ଦ୍ୱୀପ ତଳ ଅନ୍ଧାର ଭଳି ସ୍ବାଧୀନତାର ୭୨ ବର୍ଷ ପରେବି ବିଜୁଳି ଆଲୁଅ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଚମ୍ପୁଆ ଏନ୍‌ଏସି ଅଧୀନରେ ରହିଥିବା ୧୩ ନଂ ୱାର୍ଡର ଆଦିବାସୀ ଗାଁ ନୁଆଗାଁ ହୁଡିସାହି। ଆଦିବାସୀମାନେ ଏଠାରେ କାହିଁ କେଉଁ କାଳରୁ ବସତି ସ୍ଥାପନ କରି ରହୁଥିଲେ ମଧ୍ୟ ମୌଳିକ ସୁବିଧାରୁ ହୋଇଛନ୍ତି। ଏଠାରେ ପ୍ରାୟ ୭୦ ପରିବାରର ୨ ଶହରୁ ଉର୍ଦ୍ଧ ଲୋକ ବସବାସ କରି ଆସୁଥିଲେ ମଧ୍ୟ ସମସ୍ତେ ଦିନ ମଜୁରିଆ ଶ୍ରେଣିର। ଜଙ୍ଗଲ ନିକଟରେ ରହିଥିବା ଏହି ଗାଁ ପ୍ରତ୍ୟେକ ସମୟରେ ହାତୀ ଉପଦ୍ରବ ଲାଗିରହିଥିବା ବେଳେ ବିଜୁଳି ଆଲୁଅ ନଥିବାରୁ ଲୋକେ ନାହିଁ ନଥିବା ହୋଇରାଣ ହେଉଛନ୍ତି। ଏହି ଗାଁକୁ ୧୭ ବର୍ଷ ତଳେ କେଉଁ ଏକ ଅଜଣା ଯୋଜନାରେ ସାମିଲ କରାଯାଇ ଘର ଗୁଡିକୁ ବଙ୍କୁଲି ବାଡି ଲଗାଯାଇ ୱାରିଙ୍ଗ କରାଯାଇଥିଲା। ମାତ୍ର ତାହା ଅଧାରେ ରହିଯାଇଥିଲା। ବିଜୁଳି ଆଲୁଅ ପାଇଁ ଗ୍ରାମବାସୀ ବହୁବାର ବିଦ୍ୟୁତ ବିଭାଗକୁ ଧାଇଁ ଧାଇଁ ଅଭିଯୋଗ କରିବା ପରେ ଗତ ବର୍ଷ ଜୁଲାଇ ମାସରେ ଉକ୍ତ ଗ୍ରାମରେ ଖୁଣ୍ଟ ପୋତାଯାଇ ଗୃହ ଗୁଡିକୁ ମିଟର ସହ ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଯାଇଛି। ହେଲେ ୬ ମାସ ବିତି ଯାଇଥିଲେ ବି ବର୍ତମାନ ସୁଦ୍ଧା ସଂଯୋଗ କରାଯାଇ ପାରିନାହିଁ। ଏନେଇ ବିଭାଗୀୟ ଯନ୍ତ୍ରୀ ଜନରନ ମହାରଣାଙ୍କୁ ପଚାରିବାରୁ ଯେ ଆମକୁ ସଂଯୋଗ ପାଇଁ ଅନୁମତି ଆସିନାହିଁ। ଖୁବ ଶୀଘ୍ର ଇନିସ୍ପେକ୍ସନ ରିପୋର୍ଟ ଆସିଗଲେ ଆମ୍ଭେ ତୁରନ୍ତ ସଂଯୋଗ ଦେବୁ ବୋଲି କହିଛନ୍ତି।

Share