ବିଦ୍ୟୁତ୍‌ କାର୍ଯ୍ୟାଳୟ ହୋହଲ୍ଲା: ଘେରିଲେ …

ପାଟଣା,୨୫।୧(ବୀରକିଶୋର ଦାଶ)ଚ ଅଘୋଷିତ ବିଦ୍ୟୁତ୍‌କାଟ୍‌ ପ୍ରତିବାଦରେ ଉପଭୋକ୍ତାମାନେ କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଉପଖଣ୍ଡ ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ମଙ୍ଗଳବାର ଅପରାହ୍ନରେ ଘେରାଉ କରିଥିଲେ। ସବ୍‌ ଷ୍ଟେଶନ ଅଞ୍ଚଳରେ ଥିବା ଷଡ଼ଙ୍ଗୀ, ଫୁଲ କଅଁଳେଇ, ବାଉଟିଆ ପଦା, ବୁଢ଼ୀକାପୁଡ଼ି ଓ କିଆପଡ଼ା ଆଦି ଗାଁ  ଗତ ୩ ଦିନ ହେବ ଅନ୍ଧାକାର ମଧ୍ୟରେ ରହିଛି। ଲାଇନ୍‌ ନ ଥିବା ଯୋଗୁ ଲୋକେ ପ୍ରବଳ ଗରମ ଗୁଳୁଗୁଳିରେ ହନ୍ତସନ୍ତ ହେବା ସହ ଆତ୍ୟାବଶ୍ୟକ ପାଣି ଯୋଗାଣ ହୋଇ ପାରୁନାହିଁ। ପିଲାମାନଙ୍କ ପାଠ ପଢ଼ାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ବିଦ୍ୟୁତ୍‌ କାର୍ଯ୍ୟାଳୟର ଏସିକୁ ବନ୍ଦ କରି ଦେଇଥିଲେ। ବିଦ୍ୟୁତ୍‌କାଟ ସମସ୍ୟା ସମ୍ପର୍କରେ ବିଭାଗୀୟ ଏସ୍‌ଡିଓ ଜନ୍ମେଜୟ ବେହେରାଙ୍କୁ ପଚାରିବାରୁ ପାଟଣାର ୩୩ କେଭି ବ୍ରେକର ଖରାପ ହୋଇଥିବାରୁ ତୁରୁମୁଙ୍ଗା ଫିଡରର ବିଦ୍ୟୁତ୍‌ ସରବରାହରେ ବ୍ୟାଘାତ ହୋଇଥିଲା। ମଙ୍ଗଳବାର ଅପରାହ୍ନ ୪ଟା ବେଳୁ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇଛି। ଏବେ ଆଉ ଲାଇନ୍‌ କଟିବ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନକାରୀ ଇନ୍ଦୁମତି ସାହୁ, ଜାନକୀ ସାହୁ, ନିରୋଜ କୁମାର ସାହୁ, ସଚ୍ଚିଦାନନ୍ଦ ସାହୁ, ଦୀପକ କୁମାର ସାହୁ ପ୍ରମୁଖ ବିଦ୍ୟୁତ୍‌ ସେବା ତ୍ସ୍ବାଭାବିକ ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନକାରୀମାନେ ହୋହଲ୍ଲା କରୁଥିବା ଦେଖିବାକୁ ମିିଳିଥିଲା। ସାରେ ଯନ୍ତ୍ରୀ ଉମେଶ ଭୂୟାଂ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଆସି ହଟହଟା ହୋଇଥିଲେ। ଯନ୍ତ୍ରୀ ବିଳମ୍ବରେ ପହଞ୍ଚତ୍ବାରୁ ମହିଳାମାନେ ହୁଳହୁଳି ଦେଇ ତାଙ୍କୁ ସମାଲୋଚନା କରିଥିଲେ। ଦୀର୍ଘ ସମୟ ଧରି ଯନ୍ତ୍ରୀଙ୍କୁ ଉତ୍ତ୍ୟକ୍ତ ମହିଳା ପୁରୁଷ ଘେରାଉ କରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବିଲୁଆ ଆତଙ୍କ: ଲୋକଙ୍କୁ କଲା ଲହୁଲୁହାଣ

ପୋଲସରା,୨୫।୯:ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ପଞ୍ଚାୟତରେ କିଛି ବିଲୁଆଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି। ଉକ୍ତ ପଞ୍ଚାୟତର...

ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ...

ବରଡ଼ା ମାଳଗୋଡ଼ା, ବାଜବାଟି ଖାଦାନରେ ବେଆଇନ ଉତ୍ତୋଳନ

ଯାଜପୁର,୨୫।୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ମହଜୁଦ ଥିବା ମୂଲ୍ୟବାନ କଳାପଥର ଖାଦାନ ଲୁଟ୍‌ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। କିଛିଦିନର ନୀରବତା...

ସମୁଦ୍ର ଗର୍ଭରେ ଧ୍ୱଂସହେବ ଅଗରନାସୀ ଝାଉଁ ଜଙ୍ଗଲ

ମହାକାଳପଡ଼ା,୨୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସାମୁଦ୍ରିକ ଜଳ ପତ୍ତନ ବୃଦ୍ଧି ପାଇବା ସହ ଉଚ୍ଚ ଲହଡ଼ିରେ କୂଳ ଅବକ୍ଷୟ ହେଉଛି। ସମୁଦ୍ର ଅବକ୍ଷୟକୁ...

ପୂର୍ବ ଶତ୍ରୁତା, ସ୍କ୍ରାପ୍‌ ବିକ୍ରି ବିବାଦରୁ ଗଡ଼ିଥିଲା ମୁଣ୍ଡ

ଅନୁଗୋଳ,୨୫୯ (ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସଦର ଥାନା ଛେଳିଆପଡ଼ାସ୍ଥିତ ଭବାନୀ ଶଙ୍କର ଭଞ୍ଜ (ବୁବୁ) ହତ୍ୟାକାଣ୍ଡ ଉପରୁ ପୋଲିସ ମଙ୍ଗଳବାର ପରଦା ଉଠାଇଛି। ପୂର୍ବ ଶତ୍ରୁତା ଓ...

ବାଲିପାଟଣା ଥାନାରେ ଥାର୍ଡ ଡିଗ୍ରୀ

ଭୁବନେଶ୍ୱର,୨୫୯ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ସାରା ଦେଶରେ ଓଡ଼ିଶା ପୋଲିସର ଭାବମୂର୍ତ୍ତିକୁ ଲୋକଲୋଚନକୁ ଆଣିଥିବାବେଳେ କମିଶନରେଟ୍‌...

ମୃତଦେହ ସତ୍କାର ପରେ ମୃତକଙ୍କ ମିଳିଲା ପରିଚୟ ପରେ…

ଅନୁଗୋଳ,୨୫।୯(ମାନସ ବିଶ୍ୱାଳ): ଅଜଣା ବୋଲି ୫ ଦିନ ଧରି ଶବାଗାରରେ ସଂରକ୍ଷିତ ଥିଲା ମୃତଦେହ। କେହି ଦାବିଦାର ନ ଆସିବାରୁ ଶେଷରେ ମଙ୍ଗଳବାର ପୋଲିସ ପକ୍ଷରୁ...

ବୁଲା କୁକୁର, ଗୋରୁଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସହରବାସୀ

ପାରଳାଖେମୁଣ୍ଡି,୨୫।୯(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ରାତି ସମୟରେ ବିଭିନ୍ନ ଛକରେ ବୁଲା କୁକୁର ଓ ଗୃହପାଳିତ ପ୍ରାଣୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସନ୍ଧ୍ୟା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri