ଭୁବନେଶ୍ୱର,୨୪।୩(ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଢିବନି ବିଦ୍ୟୁତ୍ ଦର। ଏନେଇ ଗୁରୁବାର ଖବରଦାତା ସମ୍ମିଳନୀରେ ଓଇଆର୍ସି ସଚିବ ସୂଚନା ଦେଇଛନ୍ତି।ପୂର୍ବବର୍ଷ ଭଳି ଶୂନରୁ ୫୦ ୟୁନିଟ୍ ପର୍ଯ୍ୟନ୍ତ ୟୁନିଟ୍ ପିଛା ଦର ୩ଟଙ୍କା । ୫୦ରୁ ୨୦୦ ଯାଏ ଦର ୪ଟଙ୍କା ୮୦ ପଇସା ଥିବା ବେଳେ ୨୦୦ରୁ ୪୦୦ ୟୁନିଟ୍ ଯାଏ ୫ଟଙ୍କା ୮୦ ପଇସା। ସେହିପରି ୪୦୦ ୟୁନିଟ୍ରୁ ଅଧିକ ଦର ହେଲେ ୬ଟଙ୍କା ୨୦ ପଇସା।