ବଢ଼ିବ ବିଦ୍ୟୁତ୍‌ ଦର

ଭୁବନେଶ୍ୱର, ୧୯ା୩(ବ୍ୟୁରୋ):ପୁଣି ବିଦ୍ୟୁତ୍‌ ଦର ବଢ଼ିବ। ରାଜ୍ୟରେ ୨୦୨୧-୨୨ ଆର୍ଥିକ ବର୍ଷରେ ବିଦ୍ୟୁତ୍‌ ଦର ବୃଦ୍ଧି କରିବାକୁ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ନିକଟରେ ଆବେଦନ କରିଛି। ଯୁନିଟ୍‌ ପିଛା ଦେଢ଼ ଟଙ୍କା ବୃଦ୍ଧି କରିବାକୁ ଏଥିରେ ପ୍ରସ୍ତାବ ଦିଆଯାଇଛି, ଯାହାକି ଉପଭୋକ୍ତାଙ୍କ ଉପରେ ଅଧିକ ବୋଝ ପଡ଼ିବ। ୬ ମାସ ତଳେ ଓଇଆର୍‌ସି ବିଦ୍ୟୁତ୍‌ ଦର ୟୁନିଟ ପିଛା ୨୦ପଇସା ବୃଦ୍ଧି କରି ଟ୫.୨୫ଙ୍କା କରିଥିଲା। ଏବେ ବଣ୍ଟନ କମ୍ପାନୀ ଦେଇଥିବା ପ୍ରସ୍ତାବକୁ ଯଦି ରାଜ୍ୟ ସରକାର ମଞ୍ଜୁର କରନ୍ତି ତେବେ ଉପଭୋକ୍ତାଙ୍କୁ ଯୁନିଟ୍‌ ପିଛା ଟ ୬.୭୫ଙ୍କା ଦେବାକୁ ପଡ଼ିବ। ଅପରପକ୍ଷରେ ବଣ୍ଟନ କମ୍ପାନୀର ଏହି ପ୍ରସ୍ତାବକୁ ଓଡ଼ିଶା ବିଦ୍ୟୁତ୍‌ ଉପଭୋକ୍ତା ସଂଘ ବିରୋଧ କରିଛି। ଯଦି ରାଜ୍ୟ ସରକାର ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରସ୍ତାବକୁ ଗ୍ରହଣ କରିବେ, ତେବେ ଉପଭୋକ୍ତ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଘର ସଭାପତି ରମେଶ ଶତପଥୀ ଚେତାବନୀ ଦେଇଛନ୍ତି। ରାଜ୍ୟ ସରକାର ଉପଭୋକ୍ତାଙ୍କୁ ଶୋଷଣ କରି ଶକ୍ତି ବିଭାଗ ମାଧ୍ୟମରେ ବାର୍ଷିକ ୩ହଜାରରୁ ୪ହଜାର କୋଟି ଟଙ୍କା ରାଜସ୍ବ ମାଧ୍ୟମରେ ସଂଗ୍ରହ କରୁଥିବାବେଳେ ଅନ୍ୟ ରାଜ୍ୟଗୁଡ଼ିକ କମ୍‌ ଦରରେ ଉପଭୋକ୍ତାଙ୍କୁ ବିଜୁଳି ଦେଉଛନ୍ତି ବୋଲି ଶତପଥୀ କହିଛନ୍ତି।

Share