Categories: ଜାତୀୟ

ରାଜଧାନୀରେ ମହଙ୍ଗା ହୋଇପାରେ ବିଜୁଳି

ନୂଆଦିଲ୍ଲୀ,୨୬।୬: ରାଜଧାନୀ ଦିଲ୍ଲୀରେ ବିଜୁଳି ମହଙ୍ଗା ହୋଇପାରେ। ଦିଲ୍ଲୀ ବିଦ୍ୟୁତ ନିୟମାକ ଆୟୋଗ (ଡିଇଆରସି) ଶକ୍ତି କ୍ରୟ ଚୁକ୍ତି ଉପରେ ଦର ବଢାଇବାକୁ ମଞ୍ଜୁରୀ ଦେଇଛି। ଏହାପରେ ଏବେ ରାଜଧାନୀ ଦିଲ୍ଲୀରେ ବିଜୁଳି ଦାମରେ ୧୦ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି।

ଦିଲ୍ଲୀରେ ବିଦ୍ୟୁତ କ୍ରୟ ସମ୍ପର୍କରେ ଏହାର ମୂଲ୍ୟ ଉପରେ ନଜର ରଖିଥିବା ରିଲାଏନ୍ସ ଏନର୍ଜିର ଏକ କମ୍ପାନୀ ବମ୍ବେ ସବଅର୍ବାନ ଇଲେକ୍ଟ୍ରିକ ସପ୍ଲାଏ (ବିଏସଇଏସ) ଏକ ଆବେଦନ କରିଥିଲା। ଦିଲ୍ଲୀ ବିଦ୍ୟୁତ ଆୟୋଗ ବିଦ୍ୟୁତ କ୍ରୟ ଚୁକ୍ତିନାମା ଆଧାରରେ ହାର ବୃଦ୍ଧି କରିବାକୁ ଅନୁମତି ଦେଇଛି।
ତେବେ ଏହି ବର୍ଦ୍ଧିତ ମୂଲ୍ୟ ଗ୍ରାହକଙ୍କ ବିଲରେ ଅନ୍ତର୍ଭୂକ୍ତ ହେବ କି ନାହିଁ ତାହା ଦିଲ୍ଲୀ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପଡିବ। ଏହାପୂର୍ବରୁ ଯେତେବେଳେ ବିଦ୍ୟୁତ କ୍ରୟ ଚୁକ୍ତି ହାର ବୃଦ୍ଧି କରାଯାଇଥିଲା, ସେତେବେଳେ ଦିଲ୍ଲୀ ସରକାର କମ୍ପାନୀଗୁଡ଼ିକୁ ଖର୍ଚ୍ଚ ବହନ କରିବାକୁ କହିଥିଲେ ଏବଂ ଲୋକଙ୍କ ବିଲ୍‌ରେ କୌଣସି ପାର୍ଥକ୍ୟ ନ ଥିଲା।

Share