ପାକିସ୍ତାନରେ ବଢ଼ିବ ବିଦ୍ୟୁତ ଶୁଳ୍କ, ଉପଭୋକ୍ତାଙ୍କ ଉପରେ ୧୬୦ ଶହ କୋଟିର ଅତିରିକ୍ତ ବୋଝ…

ଇସଲାମାବାଦ,୨୩।୯ : ତ୍ରୟମାସିକ ସମନ୍ବୟ ପାଇଁ ପାକିସ୍ତାନର ଜାତୀୟ ବିଦ୍ୟୁତ ଶକ୍ତି ନିୟାମକ ପ୍ରାଧିକରଣ (ଏନଇପିଆରଏ) ୟୁନିଟ ପିଛା ୩.୨୮ ପାକିସ୍ତାନୀ ଟଙ୍କା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି। ପାକିସ୍ତାନୀ ଚ୍ୟାନେଲ ଏଆରଓ୍ବାଇ ନ୍ୟୁଜ ଏହି ସୂଚନା ଦେଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଏନଇପିଆରଏ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ୧୬୦ ଶହ କୋଟି ଟଙ୍କାର ଅତିରିକ୍ତ ବୋଝ ଲଦି ବାକୁ ପ୍ରସ୍ତୁତ ହେଉଛି। ଏହା ସହିତ ବିଦ୍ୟୁତ ଦାମ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ନିୟାମକ କର୍ତ୍ତୃପକ୍ଷ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସିକ ପାଇଁ ସଂଶୋଧନ ଅନ୍ତର୍ଗତ ବିଦ୍ୟୁତ ଶୁଳ୍କରେ ପିକେୟାର ବୃଦ୍ଧି ପ୍ରସ୍ତାବ ଦେଇ କାର୍ଯ୍ୟନିର୍ବାହୀ କେନ୍ଦ୍ର ସରକାରଙ୍କୁ ଏକ ସାରାଂଶ ପଠାଇଛନ୍ତି।

କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ବୃଦ୍ଧି କେ-ଇଲେକ୍ଟ୍ରିକ ଗ୍ରାହକଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଅକ୍ଟୋବର ୨୦୨୩ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବିଦ୍ୟୁତ ଗ୍ରାହକଙ୍କୁ ଆସନ୍ତା ଛଅ ମାସ ପାଇଁ ଅତିରିକ୍ତ ଦେୟ ଦେବାକୁ ପଡିବ ।

ବିଦ୍ୟୁତ ଶୁଳ୍କ ବୃଦ୍ଧି ଏବଂ ବିଦ୍ୟୁତ ବିଲରେ ଅଧିକ ଟିକସ ଅନ୍ତର୍ଭୁକ୍ତ କରାଯିବା ବିରୋଧରେ ପାକିସ୍ତାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ବିଦ୍ୟୁତ ବିଲ ବୃଦ୍ଧି ନେଇ ଅଶାନ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ନଗଦ ଅର୍ଥ ନେଇ ପାକିସ୍ତାନ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ଏବଂ ମୁଦ୍ରାସ୍ଫୀତି ପ୍ରାୟ ୨୯ ପ୍ରତିଶତ ରହିଛି।

ଏହାପୂର୍ବରୁ ଏହା ମଧ୍ୟ କୁହାଯାଇଥିଲା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମାସିକ ୨୦୦ ୟୁନିଟରୁ ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା ବିଦ୍ୟୁତ ଗ୍ରାହକଙ୍କୁ ରିଲିଫ ଯୋଗାଇବାରେ ପାକିସ୍ତାନକୁ ବାରଣ କରିଛି।

ସୂଚନାନୁସାରେ, ପାକିସ୍ତାନର ରିଲିଫ ଯୋଜନାରେ ଆଇଏମଏଫ କହିଛି ବିଦ୍ୟୁତ ବିଲ ଉପରେ ରିଲିଫ ଦେବା ଦ୍ୱାରା ସର୍କୁଲାର ଋଣ ହ୍ରାସ ପାଇବ ନାହିଁ।

ବିଲ ପୈଠରେ ବିଳମ୍ବ ହେଲେ ରିଲିଫ କେବଳ ସେହି ଗ୍ରାହକଙ୍କୁ ଦିଆଯିବ ଯେଉଁମାନେ ଲଗାତାର ଛଅ ମାସ ପାଇଁ ୨୦୦ୟୁନିଟରୁ କମ ବ୍ୟବହାର କରୁଛନ୍ତି।

ଏଆରଓ୍ବାଇ ନ୍ୟୁଜ ଅନୁଯାୟୀ, ଯଦି ଜଣେ ଗ୍ରାହକଙ୍କ ବିଲ ଛଅ ମାସରେ ୨୦୦ ୟୁନିଟ ଅତିକ୍ରମ କରେ ତେବେ ରିଲିଫ ବାତିଲ ହେବ।

Share