ଲକ୍ଷାଧିକ ଟଙ୍କାର ବିଦ୍ୟୁତତାର ଚୋରି ଘଟଣାର ପର୍ଦ୍ଦାଫାଶ: ୫ କୁଖ୍ୟାତ ଚୋର ଗିରଫ

ପାଟଣା,୧୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଡିଆନାଳି ବିଦ୍ୟୁତ୍‌ ସବ୍‌ଷ୍ଟେଶନରୁ ଗତ ଅକ୍ଟୋବର ୨୪ ବିଳମ୍ବିତ ରାତିରେ ସଶସ୍ତ୍ର ଆକ୍ରମଣ ଓ ଭୟଭୀତ କରାଇ ଲକ୍ଷାଧିକ ଟଙ୍କାର ଆଲୁମିନିୟମ ବିଦ୍ୟୁତତାର ଚୋରି ଘାଟଣାର ପାଟଣା ପୋଲିସ ଶନିବାର ପର୍ଦ୍ଦାଫାଶ କରିଛି। ୧୧ଜଣିଆ ଏହି ଚୋର ଗ୍ୟାଙ୍ଗ୍‌ରୁ ୫ ଜଣଙ୍କୁ ପାଟଣା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ୍‌ ରିଲିଜରେ ଘଟଗାଁ ଏସ୍‌ଡିପିଓ ସୁଦର୍ଶନ ଗଙ୍ଗୋଇ ସୂଚନା ଦେଇଛନ୍ତି। ଗିରଫ ୫ ଜଣ ଚୋର ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ଟାଉନ ଥାନା  ମହୀପାଳ ଗାଁର ଶେଖ୍‌ ସୌକାତ (୨୭), ମାର୍ଶାଘାଇ ଥାନା ଶିଳିପୁର ଗାଁର ହରିଶ୍ଚନ୍ଦ୍ର ରାଉତ ଓରଫ ବାପୁ (୨୧) କେନ୍ଦ୍ରାପଡ଼ା ସଦର ଥାନା ଜାମଦର ଗାଁ ସେକ୍‌ ଇର୍ଫାନ (୨୮), ଉକ୍ତ ଗାଁ ସାଜନ ଖାଁ (୩୮) କଟକ ଜିଲା ସଦର ନେମାଳ ଥାନା ନରେନ୍ଦ୍ରପୁରର ଅରବିନ୍ଦ ମଲ୍ଲିକ ଓରଫ ଧୁଣ୍ଡ (୨୨)। ଆଉ ୬ଜଣ ଚୋର ଫେରାର ଅଛନ୍ତି। ଏହି ଚଢ଼ାଉ ପାଟଣା ଥାନାଧିକାରୀ ଦୀପ୍ତି ରଞ୍ଜନ ସାହୁଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ଓ କଟକରେ ଗତ ଗୁରୁବାର ଓ ଶୁକ୍ରବାର ହୋଇଥିଲା। ଏହି ଟିମ୍‌ରେ ହାବିଲଦାର ରମେଶ ଚନ୍ଦ୍ର ନାଏକ, କନଷ୍ଟେବଳ ନିହାର ରଞ୍ଜନ ନାଏକ, ଜେନା ମୁଣ୍ଡା, ନିହାର ରଞ୍ଜନ ଦ୍ବିବେଦୀ ପ୍ରମୁଖ ସାମିଲ ହୋଇଥିଲେ। ଏମାନଙ୍କଠାରୁ ନଗଦ ୩୭ ହଜାର ୫ଶହ ଟଙ୍କା, ୨ ପିକ୍‌ଅପ୍‌, ଗୋଟେ ଟାଟାଏସି,୧ ଭୁଜାଲି, ଓ୍ବେୟାର କଟର୍‌କୁ ପୋଲିସ ଜବତ କରିଛି।

ସୂଚନା ଯେ, ଏହି ୫ ଜଣ କୁଖ୍ୟାତ ଚୋରଙ୍କ ନାମରେ ଏହା ପୂର୍ବରୁ କେନ୍ଦ୍ରାପଡ଼ା, ମାର୍ଶାଘାଇ ଓ ଜଗତସିଂହପୁରରେ ଏକାଧିକ ଚୋରି, ଡକାୟତି ଓ ରାହାଜାନି ଭଳି ସଙ୍ଗୀନ ମାମଲା ଥିବା ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି। ଏନେଇ ପାଟଣା ଥାନାରେ ୧୯୫/୨୩ ରେ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରିଫ କରି କୋର୍ଟ ଚାଲାଣ କରାଯାଇଛି। ଖୁବ୍‌ଶୀଘ୍ର ଏହି ଚୋର ଗ୍ୟାଙ୍ଗର ଫେରାର ଥିବା ଅନ୍ୟ ୬ ଜଣ ଚୋରଙ୍କୁ ଗରିଫ କରାଯିବ ବୋଲି ଏସ୍‌ଡିପିଓ ଗାଙ୍ଗୋଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, କହିଲେ ଆପରାଧିକ ନିୟନ୍ତ୍ରଣ ତାଙ୍କ ପାଇଁ…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ନୂଆ ଆଇଆଇସି ଭାବେ ବିଜୟ କୁମାର ହାଇବୁରୁ ଗୁରୁବାର ବିଳମ୍ବିତ ରାତିରେ ଯୋଗଦାନ କରିଛନ୍ତି।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri