ଭୁବନେଶ୍ୱର, ୧୭।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଓମ୍ଫେଡ ଅଫିସ ଗେଟ ସମ୍ମୁଖରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବୁଧବାର ସକାଳେ ଫାଟିଯାଇଛି। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି।
ଏହି ଦୁର୍ଘଟଣାରେ ଟ୍ରାନ୍ସଫର୍ମର ତଳେ ଥିବା ଏକ ଜଳଖିଆ ଦୋକାନ ଦେଇଥିବା ବାପା ପୁଅ ଗୁରୁତର ହୋଇଛନ୍ତି। ଏଥିସହ ଦୋକାନର ଅନ୍ୟ ୨ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି। ସମସ୍ତ ୪ ଗୁରୁତରଙ୍କୁ ଉଦ୍ଧାର କରି ପୋଲିସ ହସ୍ପିଟାଲକୁ ପଠାଇଛି। ଘଟଣାର ଛାନଭିନ ଆରମ୍ଭ କରିଛି ପୋଲିସ। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।