କର୍ଲାମୁଣ୍ଡା,୫ା୧୦(ଡି.ଏନ୍.ଏ.): ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟରସ ଏକତା ମଞ୍ଚ ପକ୍ଷରୁ ଓ୍ବେସ୍କୋକୁ ଘରୋଇକରଣ ପାଇଁ ରାଜ୍ୟ ସରକାରଙ୍କ ନିର୍ଣ୍ଣୟକୁ ବିରୋଧ କରି କଳାହାଣ୍ଡି ଜିଲା ମଦନପୁର ରାମପୁର ସେକ୍ସନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ କଳାବ୍ୟାଜ୍ ଧାରଣ କରି ବିରୋଧ କରିଥିବା ଦେଖିବାକୁ ମିଳିଛି। କର୍ଲାମୁଣ୍ଡା ସବ୍ଷ୍ଟେଶନଠାରେ ଜଗବନ୍ଧୁ କଟା, ବାଞ୍ଚାବଟ ରଣା, ସୁଶାନ୍ତ କୁମାର ସାହୁ, ଧନିରାମ ମେହେର, ସତ୍ୟମ ରଣା, ପ୍ରେମାନନ୍ଦ ନାଏକ ପ୍ରମୁଖ ଯୋଗଦେଇ କଳାବ୍ୟାଜ୍ ଧାରଣ କରିଥିଲେ। ୭ ଦିନ ଭିତରେ ସରକାର ନିଷ୍ପତ୍ତି ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସବ୍ ଡିଭିଜନାଲ ସମ୍ପାଦକ ଛବି କୁମାର ସାହୁ ସୂଚନା ଦେଇଛନ୍ତି।