Categories: ବାଣିଜ୍ୟ

ମହଙ୍ଗା ହେଲା ଇଲେକଟ୍ରୋନିକ୍ସ ପ୍ରଡକ୍ଟ

ନୂଆଦିଲ୍ଲୀ,୨୯।୬ : ଚାଇନା ସାମଗ୍ରୀ ଉପରେ ଭାରତ ବର୍ତ୍ତମାନ ନିର୍ଭରଶୀଳ ଥିବାରୁ ଚାହିଁଲେ ମଧ୍ୟ ରାତାରାତି ଏହାକୁ ନିଷେଧ କରି ପାରୁନାହିଁ। ଗଲଓ୍ବାନ ଘାଟିରେ ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ଯୋଗୁ ଭାରତର ସୀମାରେ ବହିଃଶୁଳ୍କ ବିଭାଗ ପକ୍ଷରୁ କଟକଣା କଡାକଡି ହୋଇଛି। ଚାଇନାରୁ ଆସୁଥିବା ସାମଗ୍ରୀଗୁଡିକୁ ୧୦୦% ପରୀକ୍ଷଣର ଆଦେଶ ଦିଆଯାଇଛି। ଫିଜିକାଲ ଭେରିଫିକେଶନରେ ସମୟ ଲାଗିବା ଯୋଗୁ ଯୋଗାଣ ଚେନ୍‌ରେ ବର୍ତ୍ତମାନ ବାଧା ଆସିଛି। ଏଥିଲାଗି ଇଲେକଟ୍ରୋନିକ୍ସ ସାମଗ୍ରୀ ମହଙ୍ଗା ହୋଇଥିବା ଜଣାପଡିଛି। ଲକଡାଉନ ପରେ ପରେ ଚାହିଦାରେ ଦ୍ରୁତ ପରିବର୍ତ୍ତନ ଆସିଛି। ଏପଟେ ଯୋଗାଣ ଉପରେ ଗଭୀର ପ୍ରଭାବ ପଡିଛି। ବର୍ତ୍ତମାନ ଇଲେକଟ୍ରୋନିକ୍ସ ବର୍ଗରେ ଅଧିକାଂଶ ଅଫର ହଟାଇ ଦିଆଯାଇଛି। ଏଭଳି ସ୍ଥଳେ ଟିଭି, ଫ୍ରିଜ, ଓ୍ବାଶିଙ୍ଗ ମେଶିନ ଦରରେ ୧୦ରୁ ୨୦% ବୃଦ୍ଧି ଘଟିଛି।

Share