ହାଇକୋର୍ଟ ଗଲେ ଏଲିନା

କଟକ,୪।୭: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ। ଧର୍ମଶାଳାର ‘ବଲେ ବଲେ ଢାବା’ ତାଙ୍କ ନାଁରେ ନ ଥିବା ସେ କହିଛନ୍ତି। ମିଡିଆ ଓ ସୋସିଆଲ ମିଡିଆ ଖବର ଉପରେ ରୋକ ପାଇଁ ଏଲିନା ଆବେଦନ କରିବା ସହ ଢାବା ସହ ମୋର କି ଆମ ପରିବାରର କୌଣସି ସମ୍ପୃକ୍ତି ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଏଲିନା ଦାସଙ୍କ ସ୍ବାମୀ ସନ୍ଦୀପନ ମହାନ୍ତି ‘ବଲେ ବଲେ ଢାବା’ର ଲିଜ୍‌ ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ଏଲିନା ଆଜି ହାଇକୋର୍ଟ ଯାଇଛନ୍ତି।

ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁରସ୍ଥିତ ବଲେ ବଲେ ଢାବା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସିଲ ହୋଇଛି। ଏହାସହ ହୋଟେଲ୍ରେ ଥିବା ସମସ୍ତଙ୍କ ଆସବାବପତ୍ର ଖୋଲି ନିଆଯାଇଛି। ପୂର୍ବରୁ ପ୍ରଶାସନ ପକ୍ଷରୁ ସିଲ ହେବା ନେଇ ନୋଟିସ ଜାରି କରାଯାଇଥିଲା।

Share