ହାତୀ ଆକ୍ରମଣରେ ଚାଲିଗଲା ୨ ଜଣଙ୍କ ଜୀବନ

ରାଉରକେଲା ଅଫିସ,୧୯ା୧୧-ସୁନ୍ଦରଗଡ ଜିଲା ଲାଠିକଟା ବ୍ଲକ ଅଞ୍ଚଳରେ ଗୁରୁବାର ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗାନ୍ଧରୁ ଓରାମ(୭୫) ଓ କାର୍ତ୍ତିକ ଭୂମିଜ(୬୫)। ସକାଳୁ ମଲଙ୍ଗା ଗ୍ରାମର ଗାନ୍ଧରୁ ଓରାମ ନିଜ ଘର ପାଖ ବଗିଚା କାମ କରୁଥିଲେ। ଏତିକି ବେଳେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ବଗିଚା ଭିତରୁ ଟାଣିନେଇ ତଳେ କଚାଡି ମାରି ଦେଇଥିଲା। ଅନୁରୂପ ଭାବେ କନରସୁଅଁା ଗ୍ରାମର କାର୍ତ୍ତିକ ଭୂମିଜ ସକାଳୁ ନାଳକୁ ଶୌଚ ପାଇଁ ଯାଇଥିବାବେଳେ ହଠାତ୍‌ ହାତୀ ହାବୁଡରେ ପଡି ଯାଇଥିଲେ। ହାତୀ ଶୁଣ୍ଢରେ ଟେକି ନେଇ କଚାଡି ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

Share