ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେଲା ଦନ୍ତା

କେନ୍ଦୁଝର,୧୮ା୯(ସ୍ବ.ପ୍ର.): ତେଲକୋଇ ରେଞ୍ଜ ଅନ୍ତର୍ଗତ ତେଲକୋଇ ବିଟ୍‌ ଅଧିନସ୍ଥ କନ୍ତଲେଇ ଗ୍ରାମରେ ରବିବାର ସକାଳେ ଶୌଚ କରିବାକୁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ଜଣେ ୬୫ ବର୍ଷୀୟ ବୃଦ୍ଧ ଆହତ ହୋଇଛନ୍ତି। ଗୋଠଛଡ଼ା ଦନ୍ତାଟି ବୃଦ୍ଧଙ୍କୁ ଶୁଣ୍ଢରେ ଧରି ଟେକି କଚାଡ଼ିଦେବାରୁ ଛିଟିକି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ କେନ୍ଦୁଝର ଜିଲା ମୁଖ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ସେଭଳି ଗୁରୁତର ହୋଇ ନ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ହାତୀ ଦେଖି ଦୌଡ଼ି ପଳାଇ ଆସୁଥିବା ବେଳେ ବୃଦ୍ଧ ଆହତ ହୋଇଥିବା ଡିଏଫ୍‌ଓ ଏଚ୍‌ ଡି ଧନରାଜ କହିଛନ୍ତି।

Share