ହାତୀ ଘୋଉଡାଇବା ବେଳେ ରେଞ୍ଜର ଗୁରୁତର

ରୁପ୍ରାରୋଡ୧୦।୧୨(ସଞ୍ଜିବ ଦାସ ): କଳାହାଣ୍ଡି ଜିଲା ନର୍ଲା ରେଞ୍ଜର ପ୍ରଶାନ୍ତ ପାଲ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ନର୍ଲା ବ୍ଲକ ତୁଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଆମ୍ବପଡ଼ାଠାରେ ହାତୀପଲ ଘୋଉଡାଇବା ବନ କର୍ମଚାରୀଙ୍କ ସହ ରେଞ୍ଜର ଯାଇଥିଲେ। ୧୨ଟି ହାତୀ ଚାଷ ନଷ୍ଟ କରୁଥିବା ବେଳେ ତାଙ୍କୁ ଘଉଡାଇବା ବେଳେ ହାତୀତାଙ୍କୁ ଆକ୍ରମଣ କରିଥିଲା। ତାଙ୍କୁ ଉଦ୍ଧାର କରାଯାଇ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ରହିଛି।

Share