ହାତୀ ଆକ୍ରମଣରେ ନାବାଳକଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ,୧୮ା୭: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜର କଲା ଗ୍ରାମରେ ରବିବାର ରାତିରେ ଦନ୍ତାହାତୀ ଆକ୍ରମଣରେ ଗ୍ରାମର ଶିବୁନ ମହାପାତ୍ର (୧୩)ଙ୍କର ମୃତ୍ୟୁ ଘଟିଛି। ଶିବୁନ ନବମ ଶ୍ରେଣୀରେ ପଢୁଥିବା ବେଳେ ସେ ଗ୍ରାମର ଜୁଆଙ୍ଗ ମହାପାତ୍ରଙ୍କ ପୁଅ ବୋଲି ଜଣାପଡ଼ିଛି। ସେ ଶୌଚ ହେବାକୁ ଯାଇ ହାତୀ ହାବୁଡ଼ରେ ପଡ଼ିଥିଲେ। ଭକ୍ତ ଅଞ୍ଚଳରେ ଗତ କିଛିଦିନ ହେବ ହାତୀପଲ ରହିଛନ୍ତି। ଏହି ଘଟଣାକୁ ନେଇ ଗ୍ରାମରେ ଉଭେଜନା ଲାଗି ରହିଛି। ହିନ୍ଦୋଳ ରେଞ୍ଜର ଲୋହିତ ରଥ ବନ କର୍ମଚାରୀଙ୍କ ସହ ସୋମବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଲୋକମାନଙ୍କୁ ବୁଝାଶୁଝା କରୁଛନ୍ତି।