ହାତୀଙ୍କୁ ଠେଙ୍ଗାରେ ମାଡ଼ ଘଟଣା: ଭିଡିଓ ଭାଇରାଲ ପରେ ଅଭିଯୁକ୍ତ ଚିହ୍ନଟ

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ହାତୀପଲକୁ ଠେଙ୍ଗାରେ ମାଡ଼ ଘଟଣାରେ ବନ ବିଭାଗ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଭିଡିଓ ଭାଇରାଲ ପରେ ଧରିତ୍ରୀରେ ଖବର ପ୍ରକାଶ ପରେ ବନ ବିଭାଗ ତତ୍ପରତା ଦେଖାଇଥିଲା। ଯୁବକ ପାଟଣା ରେଞ୍ଜ ଅନ୍ତର୍ଗତ ଖିରେଇଟାଙ୍ଗିରୀ ସେକ୍ସନ କଣ୍ଟିଆପଡ଼ା ଗ୍ରାମର ସିପୁନ ବେହେରା ବୋଲି ଚମ୍ପୁଆ ରେଞ୍ଜ ଉଖୁଣ୍ଡା ଫରେଷ୍ଟର ଓ ଅନ୍ୟମାନେ ଚିହ୍ନଟ କରିଥିବା ଡିଏଫ୍‌ଓ ଧନ୍‌ରାଜ ଏଚ୍‌ଡି କହିଛନ୍ତି। ଉକ୍ତ ଯୁବକ ଜଣଙ୍କ ଫେରାର ଅଛନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଆଇନ୍‌ ଅନୁଯାୟୀ ତୁରନ୍ତ ଗିରଫ କରାଯିବ ବୋଲି ଡିଏଫ୍‌ଓ କହିଛନ୍ତି।

ପ୍ରକାଶ ଯେ, କେନ୍ଦୁଝର ଜିଲାରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ହାତୀଙ୍କ ଗତିପଥ ନୀରିକ୍ଷଣ କରିବାକୁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଅନେକ ସମୟରେ ଜନସାଧାରଣ ହାତୀଙ୍କ ଉପରକୁ ନିଆଁ ହୁଳା, ପଥର ଫୋପାଡ଼ିବା, ଠେଙ୍ଗା ଓ ବାଡିରେ ପିଟାପିଟି କରିବା ଘଟଣା ଘଟୁଛି। ଏହାର ସେଲଫି ବା ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡୁଛନ୍ତି। ଏଭଳି ଘଟଣା ଯୋଗୁ ହାତୀପଲ ବ୍ୟତିବ୍ୟସ୍ତ ହୋଇ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡୁଛନ୍ତି। ଚିହ୍ନଟ ଯୁବକଙ୍କ ଜଣଙ୍କ ଅନୁରୂପ ହାତୀପଲଙ୍କୁ ବାଡ଼ିରେ ମାଡ଼ ମାରୁଥିବାର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ୍‌ କରିଛନ୍ତି।

ଅନ୍ୟପକ୍ଷେ ହାତୀପଲଙ୍କୁ ଦିନରାତି ଟ୍ରାକିଂ ଓ ମନିଟରିଂ କରିବା ପାଇଁ ବହୁ ସଂଖ୍ୟାରେ କର୍ମଚାରୀ ଏବଂ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ବୈଷୟିକ ଜ୍ଞାନ ବ୍ୟବହାର କରାଯାଉଛି। ମାତ୍ର ଏଭଳି ଘଟଣାକୁ ବନ ବିଭାଗ କର୍ମଚାରୀ କିଭଳି ଧରପଗଡ଼ କରି ରୋକିପାରୁନାହାନ୍ତି ତାହାକୁ ନେଇ ସନ୍ଦେହ ଉପୁଜିଛି। ହାତୀ ଓ ବନ୍ୟପ୍ରାଣୀଙ୍କୁ ବ୍ୟବହାର କରି ସାମାଜିକ ମିଡିଆରେ ଅପଲୋଡ୍‌ କରାଯାଉଛି। ଏଭଳି ୧୦ରୁ ଊର୍ଦ୍ଧ୍ୱ ସାମାଜିକ ମିଡିଆ ଆକାଉଣ୍ଟ ରହିଥିଲେ ହେଁ ବନ ବିଭାଗ ପଦକ୍ଷେପ ନେଉନାହିଁ। ଫଳରେ ଏଭଳି ଘଟଣା ବଢି ଚାଲିଥିବା ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ଏହି ଦିଗରେ ଦୃଢ଼ ପଦକ୍ଷେପ ନେବା ଜରୁରୀ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ପ୍ରଶାସନ

ଥୁଆମୂଳ ରାମପୁର,୨୬ା୪(ଦୁର୍ଗା କୀର୍ତ୍ତି): ଖବର ପ୍ରସାର ପରେ ବ୍ଲକ ପ୍ରଶାସନ ସାଙ୍ଗେ ସାଙ୍ଗେ ତତ୍ପରତା ଦେଖାଇ ଦୁର୍ଗମ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ...

ଫାଇନାଲ ମୋଡରେ ଯୁଦ୍ଧ, ପାକିସ୍ତାନ ଛାନିଆ, ଚାଇନାଠାରୁ ଆଣିଲା ମାରାତ୍ମକ ଯୁଦ୍ଧାସ୍ତ୍ର

ଇସଲାମବାଦ,୨୬।୪: ପହଲଗାମ ଆକ୍ରମଣ ପରେ ଭାରତ-ପାକ୍‌ ଉତ୍ତେଜନା ବୃଦ୍ଧି ପାଉଥିବା ମଧ୍ୟରେ, ପାକିସ୍ତାନ ଚାଇନା ଠାରୁ 100 ରୁ ଅଧିକ PL-15 ଲମ୍ବା ରେଞ୍ଜ ଏୟାର-ଟୁ-ଏୟାର...

ଭାରତ ଛାଡିବେ ବଲିଉଡର ଏହି ଚର୍ଚ୍ଚିତ ପାକିସ୍ତାନୀ କଳାକାର! ଆଗକୁ ହେବ କ’ଣ…

ନୂଆଦିଲ୍ଲୀ,୨୬।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନାଗରିକ, ମୁଖ୍ୟତଃ ପର୍ଯ୍ୟଟକ, ପ୍ରାଣ ହରାଇଛନ୍ତି। ଏହି ଘଟଣା ଭାରତ ଓ...

ଖୋର୍ଦ୍ଧାରେ ମୁଖ୍ୟ ଶାସନ ସଚିବ: ସମୀକ୍ଷା କଲେ…

ଖୋର୍ଦ୍ଧା,୨୬।୪(ପ୍ରଭାତ ପାଣିଗ୍ରାହୀ): ମୁଖ୍ୟ ଶାସନ ସଚିବ ଶୁକ୍ରବାର ଖୋର୍ଦ୍ଧା ଗସ୍ତ କରିଛନ୍ତି। ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟର ମୁଖ୍ୟ ଶାସନସଚିବ ମନୋଜ ଆହୁଜା ପହଞ୍ଚି କୃଷି ବିଭାଗର...

ଶ୍ରମିକ ଦିବସ ପାଳନ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆଲୋଚନା

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ମେ’ ୧ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି...

ଏହି ମୁସଲିମ ଦେଶ PoKକୁ ଭାରତର ଅଂଶ ବୋଲି ମାନିଥାଏ: ନାଁ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଶ୍ରୀନଗର,୨୬।୪: ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ...

କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଚୋରି: ସିସିଟିଭି ରୁ ….

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅର୍ନ୍ତଗତ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଦେବୀଙ୍କ ୩୫ ଟି ରୂପା ଆଖି,...

ପହଲଗାମ ଆକ୍ରମଣରେ ପାକିସ୍ତାନୀ କ୍ରିକେଟରଙ୍କ ଲିଙ୍କ୍‌! ଚମକାଇଲା Fact Check

କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସମଗ୍ର ଦେଶରେ କ୍ରୋଧର ବାତାବରଣ ରହିଛି। ଜମ୍ମୁ କାଶ୍ମୀରରେ ଭାରତୀୟ ସେନା ସର୍ଚ୍ଚ ଅପରେସନ୍ ଚଳାଇଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image