ତାମିଲନାଡୁର ଏକ ହାତୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ହାତୀଟି ଚର୍ଚ୍ଚାକୁ ଆସିବାର କାରଣ ହେଉଛି ତା’ର କେଶ। ସେଗାମାଲମ ହାତୀ ମନ୍ତ୍ରାରଗୁଡି ସହରର ରାଜଗୋପାଳସ୍ବାମୀ ମନ୍ଦିରରେ ରହିଥାଏ। ଫଟୋରେ ହାତୀର ହେୟାର ଷ୍ଟାଇଲ ଦେଖିବାକୁ ମିଳିଛି। ଏହି ଫଟୋକୁ ଭାରତୀୟ ବନ ଅଧିକାରୀ ସୁଧା ରାମେନ ନିଜ ଟ୍ବିିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ‘ବବ୍କଟ୍ ସେଙ୍ଗାମାଲମ୍ ହାତୀ’। ନିଜର ହେୟାର ଷ୍ଟାଇଲ ପାଇଁ ଏହି ହାତୀ ବହୁତ ଲୋକପ୍ରିୟ। ଏହି ଭିଡିଓ ଶେୟାର ହେବାର ଅଳ୍ପ ସମୟ ମଧ୍ୟରେ ଖୁବ୍ ଭାଇରାଲ ହେବାରେ ଲାଗିଛି।