ପାଣି ପିଇବାକୁ ଆସି କେନାଲରେ ପଡ଼ିଗଲା ଦନ୍ତାହାତୀ: ଆଉ ତା’ପରେ

ଅମରପାଲି,୩।୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ରଢିଆପାଲି ନିକଟରେ ହରିହର ଯୋର କେନାଲକୁ ପାଣି ପିଇବାକୁ ଆସି ଏକ ଦନ୍ତା ହାତୀ ପଡିଯାଇଥିଲା। ହାତୀଟି ପ୍ରାୟ ଦୁଇ ଘଣ୍ଟା ପରେ ନିଜେ ନିଜେ ଚେଷ୍ଟା କରି ଉପରକୁ ଆସିଥିଲା। ଖବର ପାଇ ଉଲୁଣ୍ଡା ବନ ବିଭାଗ କର୍ମଚାରୀମାନେ ଆସି ହାତୀର ଗତିବିଧି ନିରୀକ୍ଷଣ କରୁଛନ୍ତି।
ସୂଚନାନୁସାରେ, ହାତୀପଲ ଯାଉଥିବାବେଳେ ଏକ ଦନ୍ତା ପାଣି ପିଇବା ପାଇଁ କେନାଲକୁ ଯାଇ ପଡିଯାଇଥିଲା। ସ୍ଥାନୀୟ ଲୋକେ ହାତୀଟିକୁ ଦେଖି ସେଠାରେ ଜମା ହୋଇ ପଡ଼ିଥିଲେ। ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲା। ମାତ୍ର ହାତୀଟି ନିଜେ ନିଜେ ପ୍ରାୟ ଦୁଇ ଘଣ୍ଟାର ସଂଘର୍ଷ ପରେ ବାହାରକୁ ଆସିଥିଲା। ପରେ ହାତୀଟି ଜଙ୍ଗଲକୁ ନ ଯାଇ ନିକଟସ୍ଥ ଚାଷ ଜମିକୁ ପଳାଇ ଯାଇଥିଲା। ହାତୀ ପଛେ ପଛେ ଯାଇ ସ୍ଥାନୀୟ ଲୋକେ ଘଉଡାଇବାକୁ ଚେଷ୍ଟା କରିଥିଲେ। ହାତୀଟି ରଢିଆପାଲି, ମହୁରିଆପାଲି, କ୍ଷୀରପୁରା ଆଦି ଅଞ୍ଚାଲରେ ଦିନସାରା ବୁଲାବୁଲି କରୁଥିଲା। ଚାଷ ଜମିରେ ଫସଲ ନଷ୍ଟ ଆଶଙ୍କା କରି ଚାଷୀମାନେ ହାତୀକୁ ଜମିରୁ ଘଡାଉଥିଲେ।
ଖବର ଲେଖା ଯିବା ପର୍ଯ୍ୟନ୍ତ ହାତୀଟି ଗରଗଡବାହାଲ ଜିରୋ ପଏଣ୍ଟ ନିକଟସ୍ଥ ଜଙ୍ଗଲରେ ରହିଛି। ଯାଲୋଇ ବାନପାଳ ପ୍ରଦୀପ ଜେନାଙ୍କ ତତ୍ତ୍ୱାବଧନରେ ବନବିଭାଗର କର୍ମଚାରୀମାନେ ହାତୀର ଗତିବିଧିକୁ ନିରୀକ୍ଷଣ କରିବା ସହିତ ହାତୀକୁ ଜଙ୍ଗଲକୁ ଘଉଡାଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବବିଙ୍କ ବଡ଼ ନିଷ୍ପତ୍ତି, ରାଜନୀତିରେ ହଲଚଲ…

ଭୁବନେଶ୍ୱର,୩।୧୦: ମୁଁ ପୁଣି ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ଏପରି କହି ଯାଜପୁର ରାଜନୀତିକୁ ସରଗରମ କରିଛନ୍ତି ବିଜେଡିର ବଡ଼ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ...

ଓଷ୍ଟାର ବ୍ଲକସ୍ତରୀୟ କର୍ମକର୍ତ୍ତା ଚୟନ: ଚନ୍ଦ୍ରମଣି ବାଘ ସଭାପତି, ବ୍ରଜମୋହନ ବାରିକ ହେଲେ ସମ୍ପାଦକ

ଅମରପାଲି,୩ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ହାଇସ୍କୁଲରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାମ୍ବିଧାନିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା...

ଭାଜପାରେ ଗୋଷ୍ଠୀ କନ୍ଦଳ: ଗାନ୍ଧୀ ଜୟନ୍ତୀ ପାଳନବେଳେ ଉତ୍ତେଜନା, ଝାଡୁମାଡ଼

ଯାଜପୁର/ଜେନାପୁର,୩ା୧୦ (ହର୍ଷବର୍ଦ୍ଧନ ବେହେରା/ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଭାଜପାର ଗୋଷ୍ଠୀ କନ୍ଦଳ ବୁଧବାର ଉଗ୍ରରୂପ ଧାରଣ କରିଛି। ଗାନ୍ଧୀ ଜୟନ୍ତୀ ପାଳନ ବେଳେ ଦୁଇ...

ବଡ଼ଚଣା ବିଜେଡି ୩ ଫାଳ:ପୃଥକ୍‌ଭାବେ ପାଳିଲେ ଗାନ୍ଧୀ ଜୟନ୍ତୀ

ଚଣ୍ଡିଖୋଲ/ଛତିଆ,୩ା୧୦(ପ୍ରଦୀପ୍ତ କୁମାର ପୃଷ୍ଟି/ସୌମ୍ୟ ରଞ୍ଜନ ସାହୁ):ବିଜେଡି ପକ୍ଷରୁ ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ପଦଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ଏଠାରେ ବିଜେଡି ପକ୍ଷରୁ ୩...

ଶୈଳପୁତ୍ରୀ ବେଶରେ ମା’ ସମଲେଶ୍ବରୀ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବରଗଡ଼,୩।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଗୁରୁବାର ମା’ ସମଲେଶ୍ବରୀ ଶୈଳପୁତ୍ରୀ ବେଶରେ...

ଅବ୍ୟବସ୍ଥାରେ ଲୋକାର୍ପଣ ହେଲା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ

ଥୁଆମୂଳ ରାମପୁର,୨।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜଲା ଥୁଆମୁଳ ରାମପୁର ବ୍ଳକ ଅଧିନସ୍ଥ ଗୁଣୁପୁର ପଞ୍ଚାୟତ ସ୍ଥିତ ସାଇସୁରୁଣୀ ଗ୍ରାମରେ ହୋଇଥିବା ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ...

ଚର୍ଚ୍ଚାରେ ବିନାୟକ ରେସିଡେଣ୍ଟ କଲେଜ:ଅବହେଳା ପାଇଁ ୨୦୧୯ରେ ଜେଲ ଯାଇଥିଲେ ଅଧ୍ୟକ୍ଷ

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ମେଦିନିପୁର ନିକଟସ୍ଥ ବିନାୟକ ରେସିଡେଣ୍ଟ କଲେଜରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଛି। ଗତ...

ରାଜରାସ୍ତାକୁ ଓହ୍ଲାଇଲା ବିଜେଡି: ସଭ୍ୟ ସଂଗ୍ରହ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଆହ୍ବାନ

ଅମରପାଲି,୩।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବିଜେଡି ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀଠାରୁ ଜୟ ପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ହେବାକୁ ଥିବା ପଦଯାତ୍ରା ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri