୨୦୧୬ରୁ ହୋଇନି ହାତୀ ଗଣନା

ରାଉରକେଲା,୧୨।୮(ସଙ୍ଗୀତା ଜେନା): ଅଗଷ୍ଟ ୧୨ ତାରିଖ ହେଉଛି ବିଶ୍ୱ ହାତୀ ଦିବସ। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଜଙ୍ଗଲ ପରିମାଣ କମୁଥିବାରୁ ହାତୀପଲ ଜନବସତି ମୁହାଁ ହୋଇଛନ୍ତି। ଏବେ ସେମାନଙ୍କ ସୁରକ୍ଷା ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହି ବିଶାଳକାୟ ପ୍ରାଣୀ ପାଇଁ ପ୍ରାୟ ସବୁ ଦେଶରେ କଠୋର ଆଇନ କାନୁନ ଥିବାବେଳେ କ୍ରମାଗତ ଭାବେ ହାତୀ ଶୀକାର ଯୋଗୁ ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିକୋଣରୁ ହାତୀ ସମ୍ପର୍କରେ ଜନସଚେତନତା କରାଯାଉଛି। ତେବେ ସବୁ ବନାଞ୍ଚଳରେ ପ୍ରତ୍ୟେକ ୨ବର୍ଷରେ ଥରେ ହାତୀ ଗଣନା କରାଯିବା କଥା। କିନ୍ତୁ ୨୦୧୬ପରେ ଏହି ଗଣନା କରାଯାଇନାହିଁ। ଫଳରେ ପ୍ରକୃତିପ୍ରେମୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ସେହିପରି ହାତୀମାନଙ୍କ ବେକରେ ଲାଗିବାକୁ ଥିବା ‘ଜିପିଆରଏସ କଲାର’ ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିନାହିଁ।
ସୂଚନା ଅନୁସାରେ, ରାଉରକେଲା ବନଖଣ୍ଡରେ ବିଶ୍ରା ବ୍ଲକ ମହିପାଣି, ଲାଠିକଟା ପଞ୍ଚାୟତ, କୁଆଁରମୁଣ୍ଡା, ବିରକେରା, କଚାରୁ, ରାଜଗାଙ୍ଗପୁରର ସାଗଜୋର, ବିରମିତ୍ରପୁରର ହାତୀବାରି, ରାଏବୋଗା ଆଦି ଅଞ୍ଚଳରେ ସାଧାରଣତଃ ହାତୀପଲ ସକ୍ରିୟ ଥିବା ଦେଖିବାକୁ ମିଳିଥାଏ। ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ହାତୀମାନଙ୍କ ବିଚରଣ ଓ ଚଳପ୍ରଚଳର ସମସ୍ତ ବିବରଣୀ ମୋବାଇଲ ଯୋଗେ ଆଲର୍ଟ କରାଯାଉଛି। ରେଳପଥରେ ହାତୀ ଦୁର୍ଘଟଣା ରୋକିବା ପାଇଁ ପ୍ରତ୍ୟେକ ମାସରେ ରେଳବାଇ ଉଚ୍ଚକର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ବୈଠକ କରାଯାଉଛି। ବିଜୁଳି ବିଭାଗ ସହ ବୈଠକ କରାଯାଉଛି। ସେହିପରି ବିଶ୍ରା-ଜରେଇକେଲା, ବନ୍ଧମୁଣ୍ଡା, ରାଜଗାଙ୍ଗପୁର, ଚାନ୍ଦିପୋଷ ଅଞ୍ଚଳରେ ରେଳ ଚଳାଚଳ ଉପରେ ସତର୍କତା ଅବଲମ୍ବନ କରାଯାଉଛି। ହାତୀ ଚଳାଚଳ ହେଉଥିବା ସ୍ଥାନଗୁଡ଼ିକରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଯାଉଛି। ବନାଞ୍ଚଳରେ ୧୭୦ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ବାର୍ଡ ଓ ଏଲିଫ୍ୟାଣ୍ଟ ସ୍କ୍ବାର୍ଡ ନିୟୋଜିତ କରାଯାଇଛି। ରାଉରକେଲା ବନଖଣ୍ଡରେ ପ୍ରାୟ ୨୫ଟି ହାତୀ ରହିଛନ୍ତି। ଏ ନେଇ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ କୁହନ୍ତି, ରାଉରକେଲା ଏକ ଶିଳ୍ପ ସହର। ହାତୀପଲ ଝାଡ଼ଖଣ୍ଡରୁ ବିଶ୍ରା ବ୍ଲକ ଦେଇ ଏଠାରେ ପଶିଥାନ୍ତି। ଖରାମାସ ବା ଫସଲ ଉପତ୍ାଦନ ସମୟରେ ସେମାନଙ୍କ ସକ୍ରିୟତା ଅଧିକ ଦେଖାଯାଇଥାଏ। ଏଥିପାଇଁ ସ୍କ୍ବାର୍ଡମାନେ ନିରନ୍ତର ତନଖି କରୁଛନ୍ତି। ହାତୀଙ୍କ ସମସ୍ତ କାର୍ଯ୍ୟକଳାପ ଓ ଉପସ୍ଥିତି ଅବଗତ ହେବା ପାଇଁ ହାତୀପଲର ମୁଖ୍ୟ ହାତୀ ବେକରେ ଜିପିଆର୍‌ଏସ୍‌ କଲାର ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ହାତୀ ଆକ୍ରମଣରେ କ୍ଷୟକ୍ଷତି ହେଲେ ଲୋକଙ୍କୁ କ୍ଷତିପୂରଣ ଦେବା ବ୍ୟବସ୍ଥା ରହିଛି। ଜଙ୍ଗଲ ସୁରକ୍ଷାକୁ ଖିଲାପ କରୁଥିବା ଶିକାରୀ ଓ ସ୍ଥାନୀୟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଡିଏଫ୍‌ଓ ସେଠୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri