ଦୀର୍ଘ ୧୬ ଘଣ୍ଟାର ଅପରେସନ ପରେ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ: ଦେଖନ୍ତୁ ଭିଡିଓ

ତାମିଲନାଡୁ,୨୦।୧୧-ବନବିଭାଗ କର୍ମଚାରୀଙ୍କ ଦୀର୍ଘ ୧୬ ଘଣ୍ଟାର ଅପରେସନ ପରେ ୫୦ ଫୁଟ୍‌ କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି ହାତୀ ଛୁଆ। ଏପରି ଘଟଣା ତାମିଲନାଡୁ ଧରମାପୁରୀ ଜିଲାର ପଞ୍ଚପାଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଗୁରୁବାର ରାତିରେ ପଞ୍ଚପାଲ୍ଲୀ ଗ୍ରାମ ନିକଟରେ ଥିବା କୂଅରେ ଏକ ହାତୀ ଛୁଆ ଖସି ପଡିଥିଲା। ପରେ ହାତୀ ଛୁଆଟି ଗର୍ଜନ କରିଥିଲା। ସେହି ସମୟରେ ଗ୍ରାମର ଜଣ କୃଷକ ଗର୍ଜନ ଶୁଣି କୂଅ ନିକଟକୁ ଯାଇଥିଲେ। ଏହାପରେ କୂଅରେ ଏକ ହାତୀ ଛୁଆ ଖସି ପଡିଥିବା ସେ ଦେଖିବାକୁ ପାଇଥିଲେ। ଏ ନେଇ ସେ ବନବିଭାଗକୁ ସୂଚନା ଦେଇଥିଲେ। ଖବରପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚି ୨ଟି କ୍ରେନ ସାହାଯ୍ୟରେ ହାତୀ ଛୁଆକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହି ଉଦ୍ଧାର କାର୍ଯ୍ୟର ଭିଡିଓକୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।

 

Share