ଦନ୍ତାହାତୀର ମୃତଦେହ ଠାବ

ନୀଳଗିରି,୧୮ା୭(ସ୍ବ.ପ୍ର.): ବାରାଗଡ଼ିଆ ଗାଁରେ ଜଣେ ବ୍ୟକ୍ତିଙ୍କ ବାଡ଼ି ପଛପଟେ ଦନ୍ତାହାତୀର ମୃତ୍ୟୁ ହୋଇଛି। ତେବେ ଦନ୍ତା ମୃତ୍ୟୁର କାରଣ ଅସ୍ପଷ୍ଟ। ଘଟଣାସ୍ଥଳରେ ବନବିଭାଗ ଜଗିରହିଛି।

ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜର ବାରାଗଡିଆ ଗାଁର ପୁରସ୍ତମ ସିଂଙ୍କ ବାଡ଼ିରେ ଏହି ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ହାତୀ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ବନ ବିଭାଗ ତଦନ୍ତ ଜାରି ରଖିଛି। ଏହି ଘଟଣା ରବିବାର ବିଳମ୍ବିତ ରାତିର ଘଟିଛି। ଉକ୍ତ ଦନ୍ତା ହାତୀଟି କୁଲଡିହା ଅଭୟାରଣ୍ୟର। ଅଭୟାରଣ୍ୟକୁ ସଂଲଗ୍ନ ଥିବା ତିନିକୋଶିଆ, ଗୋପାଳପୁର ଓ ଅଯୋଧ୍ୟା ସଂରକ୍ଷିତ ଜଙ୍ଗଲରେ ବହୁଦିନ ଧରି ରହି ଆସୁଥିଲା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share