ଢେଙ୍କାନାଳ ଅଫିସ, ୬ା୪: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍ ଅଧୀନ ବାବନ୍ଧ ସାନସାହି ଗ୍ରାମ୍ୟ ଜଙ୍ଗଲରେ ବୁଧବାର ଏକ ମାଈହାତୀର ମୃତ୍ୟୁ ଘଟିଛି। ଉକ୍ତ ହାତୀ କିଛିଦିନ ହେଲା ଅସୁସ୍ଥ ଥିଲା। ଠିକ୍ ଭାବେ ଚଲାବୁଲା କରିପାରୁ ନ ଥିଲା। ପ୍ରାୟ ୫ଦିନ ହେଲା ବନ କର୍ମଚାରୀ ଏହା ଉପରେ ନଜର ରଖିଥିଲେ। ତେବେ ସକାଳେ ହଠାତ୍ ଏହାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ମାସେ ତଳେ ଉକ୍ତ ହାତୀ ପ୍ରସବ କରିଥିଲା। ଅସୁସ୍ଥ ହାତୀ ପାଖେ ପାଖେ ଛୁଆଟି ବୁଲୁଥିଲା। ତେବେ ମା’ର ମୃତ୍ୟୁ ପରେ ହାତୀଛୁଆର କୌଣସି ସନ୍ଧାନ ମିଳୁନାହିଁ। ବନ କର୍ମଚାରୀମାନେ ତାକୁ ଖୋଜିବା ପାଇଁ ରାତିରେ ସର୍ଚ୍ଚ ଅପରେଶନ ଚଳାଇଛନ୍ତି।
ହାତୀମୃତ୍ୟୁ ସମ୍ପର୍କରେ ସୂଚନା ପାଇ ଜିଲା ବନଖଣ୍ଡ ଅଧିକାରୀ ସୁମିତ କର ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଖଜୁରିଆକଟା ଓ ରାସୋଳରୁ ପ୍ରାଣୀଧନ ଚିକିତ୍ସକମାନେ ପହଞ୍ଚତ୍ ମୃତଦେହ ବ୍ୟବଚ୍ଛେଦ କରିଥିଲେ। ହାତୀମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣାପଡ଼ିବ ବୋଲି ଜିଲା ବନଖଣ୍ଡ ଅଧିକାରୀ କହିଛନ୍ତି।