ହାତୀ ମୃତ୍ୟୁ ମାମଲା: ଫରେଷ୍ଟର,ଗାର୍ଡ ନିଲମ୍ବିତ

କେନ୍ଦୁଝର,୩୦।୮ (ସ୍ବ.ପ୍ର.) ସ୍ଥାନୀୟ ଓୟୁଏଟି କ୍ୟାମ୍ପସରେ ଦୁଇ ମାଈହାତୀ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିବା ଘଟଣାରେ ବନ ବିଭାଗ ଫରେଷ୍ଟର ପ୍ରଦୀପ ବାରିକ ଏବଂ ଗାର୍ଡ ମିତ୍ରଭାନୁ ନାଏକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଆର୍‌ସିସିଏଫ୍‌ ତାଙ୍କୁ ନିଲମ୍ବନ କରିଛନ୍ତି।
ଗତ ୨୫ ତାରିଖରେ ବିଦ୍ୟୁତ୍‌ ତାର ଲାଗି ଦୁଇ ମାଈହାତୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବନ ବିଭାଗ ବିଦ୍ୟୁତ୍‌ ବିଭାଗର ଅବହେଳାକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ତେବେ ଜବାବ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫ୍‌ଓ ଧନରାଜ ଏଚ.ଡି. ସୂଚନା ଦେଇଥିଲେ। ଏବେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ବିରୋଧରେ କ’ଣ ପଦକ୍ଷେପ ନେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Share