ଉଜାଡ଼ି ଦେଲେ ୨ ଏକର କଦଳୀ ଫସଲ

ପଲମ,୧୩।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ଭୀମକେଲା ପଞ୍ଚାୟତ ଫଲସାପଡା(ବୁର୍ଡିପଡ଼ା) ନିକଟସ୍ଥ ସାନ୍ଦୁଲ ନଦୀ କୂଳରେ ବଣୁଆ ହାତୀ ପସି ଉପଦ୍ରବ କରିଥିବା ଅଭିଯୋଗ ହୋଇଛି।

ହାତୀପଲ ଫଲସାପଡା ଗ୍ରାମର ଫକୀର ନାଏକଙ୍କ ୨ ଏକର ଜମିରେ ହୋଇଥିବା କଦଳୀ ଫସଲକୁ ନଷ୍ଟ କରିଦେଇଛନ୍ତି। ୧୮ଟି ହାତୀ ବଗିଚାରେ ପସି କଦଳୀ ଗଛକୁ ଦଳିଚକଟି ଦେଇଥିବା ଫକୀର କହିଛନ୍ତି।

ସେହିପରି ବାଲିପଡ଼ା, ଭାନପୁର, ତୁଳାପଡ଼ା, କରମେଲ, ଗୁଡାଙ୍ଗଗୁଛା, ତିତକେଲା, ଫଲସାପଡ଼ା ଆଦି ଗ୍ରାମରେ ହାତୀପଲ ପଶି ବ୍ୟାପକ କ୍ଷତି କରିଥିବା ଜଣାପଡିଛି। ହାତୀପଲ ନର୍ଲା ଅଞ୍ଚଳରେ ଦୀର୍ଘ ଦିନ ହେଲା ରହି ଆସୁଥିବା ବେଳେ ବାରମ୍ବାର ଫସଲ ନଷ୍ଟ କରି ଚାଲିଥିବାରୁ ଚାଷୀମାନେ କ୍ଷତି ଗ୍ରସ୍ତ ହେଉଛନ୍ତି। ଏଣୁ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ପାଇଁ ତାଲିମ ପ୍ରଶିକ୍ଷଣ ଜରୁରୀ’

ପୁରୁଷୋତ୍ତମପୁର,୬ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜରେ ଆତ୍ମସୁରକ୍ଷା ଶିବିର ଅଧ୍ୟାପିକା ଶ୍ରାବଣୀ ଖଟେଇଙ୍କ ସଂଯୋଜନାରେ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ କଲେଜର ଅଧ୍ୟକ୍ଷ...

ଯୁବକଙ୍କୁ ଚାପିଦେଲା ଧାନ ବୋଝେଇ ଟ୍ରକ୍‌, ମୃତଦେହ ରଖି ଆନ୍ଦୋଳନ କଲେ ଗ୍ରାମବାସୀ

ପାଇକମାଳ,୬ା୧(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳରୁ ୮କିଲୋମିଟର ଦୂର ଚୂହାପାଲିଠାରେ ସୋମବାର ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଗୋଟିଏ ଧାନବସ୍ତା ଲୋଡିଂ ଟ୍ରକ୍‌ ବ୍ରିଜ୍‌ ଅତିକ୍ରମ...

ସଡ଼କ ସୁରକ୍ଷା ସଚେତନତା: ଦ୍ରୁତଗତିରେ ଗାଡ଼ି ନ ଚଳାଇବାକୁ ପରାମର୍ଶ

ଦାରିଙ୍ଗବାଡ଼ି,୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ସଭାଗୃହଠାରେ ସଡ଼କ ସୁରକ୍ଷା ସପ୍ତାହ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜାଗୃତି ସମ୍ପାଦକ କୈଳାସ...

ଘନକୁହୁଡ଼ି ସହ ବାଲିଗୁଡ଼ାକୁ ପୁଣି ଫେରିଛି ଶୀତ, ଯାନବାହନ ଚଳାଚଳରେ ବାଧା

ବାଲିଗୁଡ଼ା,୬ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳରେ ମେଘୁଆ ପାଗ ପରେ ପୁଣି କୁହୁଡ଼ି ସାଙ୍ଗକୁ ଫେରିଲା ଶୀତ ଲହରି। ଲଘୁଚାପ ବର୍ଷା ପରେ...

ସାତକୋଶିଆରେ ଆରମ୍ଭ ହେଲା କୁମ୍ଭୀର ଗଣନା

ଅନୁଗୋଳ,୬ା୧: ସୋମବାରଠାରୁ ୩ ଦିନ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ...

ମା’ଙ୍କ ଖର୍ଚ୍ଚ ରସିଦ ବହିରେ ତାଳମେଳ ନାହିଁ

ମହାକାଳପଡ଼ା, ୬ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ପୂର୍ବତନ ଟ୍ରଷ୍ଟିଙ୍କ ଫଲ୍ସ ରସିଦ ହିସାବ ତଦନ୍ତ ବେଳେ ଧରାପଡ଼ିଛି। ୨୦୧୪...

କ୍ରିକେଟ୍‌ରେ ଇତିହାସ ରଚିଲେ ପାକିସ୍ତାନ ଯୋଡ଼ି: ଭାଙ୍ଗିଲା ୨୨ ବର୍ଷର ରେକର୍ଡ

କେପଟାଉନ,୬।୧: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ...

ବରଗଡ଼ରେ ହେବ ବାଲ୍‌ ଧନୁଯାତ୍ରା

ମଥୁରାନଗରୀ,୬।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି। ଦୀର୍ଘ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଚାଲିବ। ତେବେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri