ବିଦ୍ୟୁତ ତାର ସଂସ୍ପର୍ଶରେ ହାତୀ ମୃତ

ଦିଗପହଣ୍ଡି,୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ ପାଟପୁର ସେକ୍ସନ ଗଙ୍ଗାପୁର ପଞ୍ଚାୟତ ପ୍ରଥମ ଢେପାଗୁଡ଼ା ଗାଁ ନିକଟ ଆଖୁବାଡରେ ଖଞ୍ଜା ଯାଇଥିବା ବିଦ୍ୟୁତ ତାର ଫାସରେ ଲାଗି ଏକ ମାଈ ହାତୀର ମୃତ୍ୟୁଘଟିଛି। ଗୁରୁବାର ଭୋରରେ ଘଟଣା ପ୍ରଘଟ ହେବାପରେ ହାତୀ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ଖବରପାଇ ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ ସଞ୍ଜୟ କୁମାର ସ୍ବାଇଁ, ଡିଏଫଓ ସୋନି ଖୋକ୍କର , ଦିଗପହଣ୍ଡି ରେଞ୍ଜର ଦିବ୍ୟରଞ୍ଜନ ସାହୁ, ବନବିଭାଗ ସାଇଣ୍ଟିଫିକ ଟିମ, ପାଟପୁର ପୋଲିସ, ବିଦ୍ୟୁତ ବିଭାଗ ଅଧିକାରୀ ବୃନ୍ଦ ଏବଂ ପ୍ରାଣୀ ଚିକିତ୍ସକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପ୍ରଥମ ଢେପାଗୁଡ଼ା ଗ୍ରାମର ଟୁନା ମଲ୍ଲିକ ତାଙ୍କ ଜମିରେ ଆଖୁ ଚାଷ କରିଛନ୍ତି। ବାର୍‌ହା ପଲ ଚାଷ ନଷ୍ଟ କରୁଥିବାରୁ ବାରହା ଶିକାର ଉଦ୍ଦେଶ୍ୟରେ ସେ ଜମି ଚାରି ପାଖରେ ବିଦ୍ୟୁତ୍‌ ତାର ସଂଯୋଗ କରିଥିଲେ। ହାତୀଟି ଏହି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ହାତୀର ବୟସ ପ୍ରାୟ ୨୫ ବର୍ଷ ବୋଲି ବନବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାସ୍ଥଳରୁ ବନବିଭାଗ ପକ୍ଷରୁ ବିଦ୍ୟୁତ ତାର ଜବତ କରାଯାଇଛି। ପ୍ରାଣୀ ଚିକିତ୍ସକ ଟିମ ଘଟଣାସ୍ଥଳରେ ମୃତ ହାତୀର ବ୍ୟବଚ୍ଛେଦ ପରେ ତାକୁ ନିକଟସ୍ଥ ଜଙ୍ଗଲ ଜମିରେ ପୋତି ଦିଆଯାଇଥିବା ଜଣାପଡିଛି। ଗତ କିଛିବର୍ଷ ହେଲା ନିକଟସ୍ଥ ରତନେଇ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତାହାତୀ ସମେତ ୫ ଟିକିଆ ହାତୀପଲ ରହୁଛନ୍ତି। ଖାଦ୍ୟ ଅନ୍ବେଷଣରେ ବିଭିନ୍ନ ସମୟରେ ବିଶେଷକରି ଧାନ ଫସଲ ଅମଳ ସମୟରେ ହାତୀପଲ ଧାନ ଖାଇବାକୁ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। ଢେପାଗୁଡ଼ା ଗ୍ରାମ ନିକଟ ଜଙ୍ଗଲରେ ବାର୍‌ହା ଶିକାର ପାଇଁ ବିଦ୍ୟୁତ ତାର ସଂଯୋଗ କରାଯାଉଥିବା ନେଇ ପୂର୍ବରୁ କିଛିବ୍ୟକ୍ତି ବନବିଭାଗ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ବନ କର୍ମଚାରୀ ମାନେ ସେଥିପ୍ରତି ଧ୍ୟାନ ଦେଉନଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ କଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ: ବିମାନ ବନ୍ଦରରେ ପ୍ରବଳ ଭିଡ଼

ଶ୍ରୀନଗର,୨୩।୪: ପହଲଗାମ୍‌ ଆକ୍ରମଣ ପରେ ଭୟରେ କଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ। ଶ୍ରୀନଗର ବିମାନ ବନ୍ଦରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏୟାର ଇଣ୍ଡିଆ ପକ୍ଷରୁ...

ରେକର୍ଡ ଭାଙ୍ଗିଲା ଏପ୍ରିଲ ତାତି

ଭୁବନେଶ୍ୱର,୨୩ା୪(ଅନୁରାଧା ମହାରଣା):ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ୁଥିବାବେଳେ ମଙ୍ଗଳବାର ପୂର୍ବର ସବୁ ରେକର୍ଡ ଭାଙ୍ଗିଛି। ଝାରସୁଗୁଡା ଏପ୍ରିଲ ମାସର ତାତିରେ ସର୍ବକାଳୀନ ରେକର୍ଡ କରିଛି। ୧୯୫୩...

ସକାଳୁଆ ଅଫିସ ନିର୍ଦ୍ଦେଶକୁ ଅବମାନନା: ୧୦ଟାରେ ଖୋଲୁଛି ଆରଡବ୍ଲୁଏସଏସ, ଆରଡି ଅଫିସ

ଭଞ୍ଜନଗର,୨୩।୪(ବାବୁଲା ପ୍ରଧାନ):ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧିକୁ ଦେଖି ସରକାର ବୁଧବାର (ଆଜି ଠାରୁ) ବିଦ୍ୟାଳୟ ଓ କଲେଜ ଗୁଡିକ ବନ୍ଦ ଘୋଷଣା କରିଛନ୍ତି। ଯେଉଁଠି ପରୀକ୍ଷା ଚାଲିଛି...

ପହଲଗାମ ପରେ ଟାର୍ଗେଟ୍‌ରେ ଉରି: ଆତଙ୍କବାଦୀ ନିପାତ

ଶ୍ରୀନଗର,୨୩।୪:ଜମ୍ମୁ କଶ୍ମୀରର ପହଲଗାମ ପରେ ଉରି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା। କିନ୍ତୁ ସେନା ଆତଙ୍କବାଦୀଙ୍କ ଉଦ୍ୟମକୁ ପଣ୍ଡ କରିଦେଇଛି। ବୁଧବାର ସେନା ଅନୁପ୍ରବେଶ କରିବାକୁ ଚେଷ୍ଟା...

ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ବରଗଡ଼ ଜିଲା ଗସ୍ତ

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ) : ଓଡିଶା ଖାଦ୍ୟ ଆୟୋଗ ସଦସ୍ୟ ଦୟାନିଧି ଦାଶ ଏବଂ ଅକ୍ଷୟ କୁମାର ବେହେରା ତିନି ଦିନିଆ ବରଗଡ଼ ଜିଲା ଗସ୍ତରେ ଆସିଛନ୍ତି।...

ସାନଭାଇ ବାହାଘର ଦିନ ବଡ଼ଭାଇଙ୍କ ଆତ୍ମହତ୍ୟା

ବଡ଼ଗାଁ,୨୩।୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମଟିଆ ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ସାନଭାଇଙ୍କ ବାହାଘର ଦିନ ଆତ୍ମହତ୍ୟା କରିଛନ୍ତି।...

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ନାବାଳକଙ୍କ ସମେତ ୩ ଅଟକ

ସୁନ୍ଦରଗଡ଼,୨୩ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

ପୋଖରୀରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୩ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image