ଗାଁରେ ପଶିଲା ଦନ୍ତା

ବାଲେଶ୍ୱର ଅଫିସ,୧୭ା୨: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଗପୋ ଗାଁରେ ଏକ ଦନ୍ତାହାତୀକୁ ଆଜି ସକାଳୁ ଦେଖିବାକୁ ମିଳିଛି। ଶିମିଳିପାଳରୁ ଏକ ହାତୀ ମୟୂରଭଞ୍ଜ ମଧ୍ୟ ଦେଇ ଜଳେଶ୍ୱର ମଧ୍ୟକୁ ପଶିଛି। ଖାଦ୍ୟ ପାଇଁ ହାତୀଟି ଗାଁ ଭିତରକୁ ପଶିଛି ବୋଲି ବନ ବିଭାଗର କର୍ମଚାରୀ ଶିଶଙ୍କର ମହାନ୍ତି କହିଛନ୍ତି।