Posted inଫୁରସତ

ସ୍କୁଲ ଭିତରକୁ ପଶି ଆସିଲା ହାତୀ, ଆଉ ତା’ ପରେ…

ପିଲାମାନେ ସ୍କୁଲକୁ ଯାଉଥିବାର ଆପଣ ନିଶ୍ଚିତ ଦେଖିଥିବେ। କେହି କେହି ଖୁସିରେ ବିଦ୍ୟାଳୟକୁ ଯାଆନ୍ତି ତ କେହି କେହି ବିଦ୍ୟାଳୟକୁ ଯିବାବେଳେ କାନ୍ଦନ୍ତି। ଆଉ କିଛି ପିଲା ବିଦ୍ୟାଳୟକୁ ଯାଇ ମଜା କରିବାକୁ ଚାହିଥାନ୍ତି। କିନ୍ତୁ ଏକ ହାତୀ ବିଦ୍ୟାଳୟ ଭିତରକୁ ଆସିଛି। ତା’ ପରେ କ’ଣ କରୁଛି ଭିଡିଓ ଦେଖିଲେ ଜାଣିବେ।

 


ଆପଣ ହୁଏତ ଭାବି ପାରନ୍ତି, ହାତୀ ବିଦ୍ୟାଳୟରେ କଣ କରୁଛି? ଆଇଏଫ୍‌ଏସ୍‌ ଅଧିକାରୀ ସୁଶାନ୍ତ ନନ୍ଦ ପ୍ରାୟତଃ ତାଙ୍କ ଟୁଇଟର ପେଜ୍‌ରେ ପଶୁପକ୍ଷୀଙ୍କ ସହ ଜଡ଼ିତ ସୁନ୍ଦର ସୁନ୍ଦର ଭିଡିଓ ଶେୟାର କରିଥାନ୍ତି। ଏବେ ସେମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଏକ ହାତୀ ବିଦ୍ୟାଳୟ ଭିତରେ ବୁଲୁଥିବାର ନଜର ଆସିଛି। ହାତୀ ଯେତିକି ସତ ସେତିକି ଭୟଙ୍କର ମଧ୍ୟ। ଏହି ଭିଡିଓରେ କିନ୍ତୁ ହାତୀଟି ଶାନ୍ତିପୂର୍ଣ୍ଣ ଭାବରେ ଚାଲୁଥିବାର ନଜର ଆସିଛି।

 

ଭିଡିଓଟି ଗୁଆହାଟିର ନରେଙ୍ଗୀସ୍ଥିତ ଆର୍ମି ପବ୍ଲିକ ସ୍କୁଲର ଅଟେ। ହାତୀଟି ଜଙ୍ଗଲରୁ ବିଦ୍ୟାଳୟରେ ପ୍ରବେଶ କରିଥିଲା। ବନବିଭାଗ ହାତୀ ଘଉଡ଼ାଇବା ପାଇଁ ନାକେଦମ୍‌ ହୋଇଥିଲା। ଭିଡିଓରେ ହାତୀଟି ସ୍କୁଲ ଭିତରେ ବୁଲୁଥିବା ଦେଖିବାକୁ ମିଳିଛି। ସେ ଶ୍ରେଣୀଗୃହ ବାହାରେ ବୁଲୁଛି। ଭିଡିଓ ଶେୟାର କରି ସୁଶାନ୍ତ କ୍ୟାପଶନ ଲେଖିଛନ୍ତି, ଏହି ଛାତ୍ର ଅନେକ ହୋମଓ୍ବାର୍କ କରିବା ପରେ ସ୍କୁଲକୁ ଆସିଛି।

ଏହି ଭିଡିଓରେ ୬ ହଜାରରୁ ଅଧିକ ଭ୍ୟୁ ମିଳିଥିବାବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି, ଅଧ୍ୟୟନ ଆବଶ୍ୟକ, ଯଦି ହୋମଓ୍ବାର୍କ ଠିକ୍‌ ସମୟରେ ସମାପ୍ତ ନ ହୁଏ। ଜଣେ ପଚାରିଛନ୍ତି, ହାତୀ ଦ୍ୱନ୍ଦ୍ୱରେ ଅଛି। ଯେହେତୁ ସେ ତା’ ବାଟରେ ଯାଉନାହିଁ । ଜଣେ ମହିଳା ୟୁଜର କହିଛନ୍ତି, ଏହି ଛାତ୍ର ବହୁତ ସୁନ୍ଦର ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରେ କପଡ଼ା ବାନ୍ଧି ସ୍ପିଡ୍‌ ଟାଇପିଂ

ଭୋପାଳ: ଭାରତରେ ପିଲା ହୁଅନ୍ତୁ ଅବା ଯୁବକ, ସମସ୍ତଙ୍କଠାରେ କିଛି ନା କିଛି ପ୍ରତିଭା ରହିଥାଏ। ମଧ୍ୟପ୍ରଦେଶର ରେୱା ଜିଲା ନିବାସୀ ବିକାଶ ତ୍ରିପାଠୀ(୩୦)ଙ୍କର ଏପରି ଏକ...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri