ପିଲାମାନେ ସ୍କୁଲକୁ ଯାଉଥିବାର ଆପଣ ନିଶ୍ଚିତ ଦେଖିଥିବେ। କେହି କେହି ଖୁସିରେ ବିଦ୍ୟାଳୟକୁ ଯାଆନ୍ତି ତ କେହି କେହି ବିଦ୍ୟାଳୟକୁ ଯିବାବେଳେ କାନ୍ଦନ୍ତି। ଆଉ କିଛି ପିଲା ବିଦ୍ୟାଳୟକୁ ଯାଇ ମଜା କରିବାକୁ ଚାହିଥାନ୍ତି। କିନ୍ତୁ ଏକ ହାତୀ ବିଦ୍ୟାଳୟ ଭିତରକୁ ଆସିଛି। ତା’ ପରେ କ’ଣ କରୁଛି ଭିଡିଓ ଦେଖିଲେ ଜାଣିବେ।
ଆପଣ ହୁଏତ ଭାବି ପାରନ୍ତି, ହାତୀ ବିଦ୍ୟାଳୟରେ କଣ କରୁଛି? ଆଇଏଫ୍ଏସ୍ ଅଧିକାରୀ ସୁଶାନ୍ତ ନନ୍ଦ ପ୍ରାୟତଃ ତାଙ୍କ ଟୁଇଟର ପେଜ୍ରେ ପଶୁପକ୍ଷୀଙ୍କ ସହ ଜଡ଼ିତ ସୁନ୍ଦର ସୁନ୍ଦର ଭିଡିଓ ଶେୟାର କରିଥାନ୍ତି। ଏବେ ସେମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଏକ ହାତୀ ବିଦ୍ୟାଳୟ ଭିତରେ ବୁଲୁଥିବାର ନଜର ଆସିଛି। ହାତୀ ଯେତିକି ସତ ସେତିକି ଭୟଙ୍କର ମଧ୍ୟ। ଏହି ଭିଡିଓରେ କିନ୍ତୁ ହାତୀଟି ଶାନ୍ତିପୂର୍ଣ୍ଣ ଭାବରେ ଚାଲୁଥିବାର ନଜର ଆସିଛି।
ଭିଡିଓଟି ଗୁଆହାଟିର ନରେଙ୍ଗୀସ୍ଥିତ ଆର୍ମି ପବ୍ଲିକ ସ୍କୁଲର ଅଟେ। ହାତୀଟି ଜଙ୍ଗଲରୁ ବିଦ୍ୟାଳୟରେ ପ୍ରବେଶ କରିଥିଲା। ବନବିଭାଗ ହାତୀ ଘଉଡ଼ାଇବା ପାଇଁ ନାକେଦମ୍ ହୋଇଥିଲା। ଭିଡିଓରେ ହାତୀଟି ସ୍କୁଲ ଭିତରେ ବୁଲୁଥିବା ଦେଖିବାକୁ ମିଳିଛି। ସେ ଶ୍ରେଣୀଗୃହ ବାହାରେ ବୁଲୁଛି। ଭିଡିଓ ଶେୟାର କରି ସୁଶାନ୍ତ କ୍ୟାପଶନ ଲେଖିଛନ୍ତି, ଏହି ଛାତ୍ର ଅନେକ ହୋମଓ୍ବାର୍କ କରିବା ପରେ ସ୍କୁଲକୁ ଆସିଛି।
ଏହି ଭିଡିଓରେ ୬ ହଜାରରୁ ଅଧିକ ଭ୍ୟୁ ମିଳିଥିବାବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି, ଅଧ୍ୟୟନ ଆବଶ୍ୟକ, ଯଦି ହୋମଓ୍ବାର୍କ ଠିକ୍ ସମୟରେ ସମାପ୍ତ ନ ହୁଏ। ଜଣେ ପଚାରିଛନ୍ତି, ହାତୀ ଦ୍ୱନ୍ଦ୍ୱରେ ଅଛି। ଯେହେତୁ ସେ ତା’ ବାଟରେ ଯାଉନାହିଁ । ଜଣେ ମହିଳା ୟୁଜର କହିଛନ୍ତି, ଏହି ଛାତ୍ର ବହୁତ ସୁନ୍ଦର ଅଟେ।