Categories: ଫୁରସତ

ହାତୀ ପିଠିରେ ଲାଗିଛି ଆଘାତ, ଚିକିତ୍ସା କରୁଛି ଆଉ ଏକ ହାତୀ

ଆଜିକାଲି ସୋସିଆଲ ମିଡିଆରେ ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ବନ୍ୟପ୍ରାଣୀ କର୍ମଚାରୀମାନେ ଏକ ଆହତ ହାତୀକୁ କିପରି ନିଆରା ଢଙ୍ଗରେ ଚିକିତ୍ସା କରୁଛନ୍ତି ତାହା ଦେଖିବାକୁ ମିଳିଛି।

ଏକ ହାତୀରେ ପିଠିରେ ଆଘାତ ଲାଗିଛି। ଅନ୍ୟ ହାତୀମାନେ ସେହି ହାତୀଠାରେ କିପରି ଔଷଧ ଲଗାଉଛନ୍ତି ତାହା ଦେଖିବାକୁ ମିଳିଛି। ଭିଡିଓଟି ତାମିଲନାଡୁର ନୀଳଗିରି ଜିଲାର ଅଟେ। ଯେଉଁଠାରେ ଏକ ଦନ୍ତା ହାତୀ ପିଠିରେ ଆଘାତ ଲାଗିଥିବା ବେଳେ ଅନ୍ୟ ହାତୀମାନେ ତା’ର ଚିକିତ୍ସା କରୁଛନ୍ତି।

ଏହି ଭିଡିଓକୁ ଆଇଏଫ୍‌ଏସ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଭିଡିଓରେ ହାତୀଟିର ଚିକିତ୍ସା ପାଇଁ ପାଦରେ ଦଉଡ଼ି ବନ୍ଧା ହୋଇଛି। ଏହାର ଚିକିତ୍ସା ପାଇଁ ଡାକ୍ତରମାନେ ଆହତ ହାତୀ ପଛରେ ଠିଆ ହୋଇଥିବା ଅନ୍ୟ ହାତୀ ଉପରେ ବସିଛନ୍ତି। ଏହା ବ୍ୟତୀତ ଅନ୍ୟ ଏକ ହାତୀ ମଧ୍ୟ ସାହାଯ୍ୟ କରିବାକୁ ତାଙ୍କ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓକୁ ଅଧିକାଂଶ ଲୋକ ପସନ୍ଦ କରିଥିବା ବେଳେ ବେଶ୍‌ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି।

Share