ପୁଣି ଏକ ଦନ୍ତା ଅସୁସ୍ଥ

ସାତମାଇଲ, ୧୫।୭(ସୁଶାନ୍ତ ପତି): ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ୍‌ ଅନ୍ତର୍ଗତ ଡେଙ୍ଗବୋରେଇ ଜଙ୍ଗଲରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇପଡ଼ିଛି। ଏହା ଜଣାପଡ଼ିବା ପରେ ବନାଞ୍ଚଳ ଅଧିଜାରୀ ଲୋହିତ କୁମାର ରଥ ସଦଳବଳ ପହଞ୍ଚତ୍ ହାତୀର ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଛନ୍ତି। ଟ୍ରାଙ୍କୁଲାଇଜ୍‌ ପରେ ସାତକୋଶିଆ ଓ୍ବାଇଲ୍ଡ ଲାଇଫ୍‌ ଡାକ୍ତର କିଶୋର ଚନ୍ଦ୍ର ସାହୁ ହାତୀଟିର ଚିକିତ୍ସା କରିଛନ୍ତି। ଏହାପରେ ଦନ୍ତା ଜଙ୍ଗଲରେ ଚଲାବୁଲା କରୁଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଦନ୍ତାର ଆନୁମାନିକ ବୟସ ପ୍ରାୟ ୨୫ ବର୍ଷ ହେବ। କୌଣସି କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିଲା। କେତେବେଳେ ଶୋଇ ରହୁଥିଲା ତ ଆଉ କେତେବେଳେ ଚଳପ୍ରଚଳ କରୁଥିଲା। ଏ ନେଇ ସୂଚନା ମିଳିବା ପରେ ବନ ବିଭାଗ ହାତୀର ଗତିବିଧି ଉପରେ ନଜର ରଖିଥିଲା।