୬୫ ବର୍ଷରେ ଆଖିବୁଜିଲା ‘ଖେର୍ସେଲ’

ସମ୍ବଲପୁର,୩।୯(ପ୍ରମୋଦ ବହିଦାର): ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ କେଭଟିଭ ହାତୀ ‘ଖେର୍ସେଲ’ର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ବୁର୍ଲା ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସାଧୀନ ଅବସ୍ଥାରେ ଗତ ସେପ୍ଟେମ୍ବର ୨ ତାରିଖ ଅପରାହ୍ନ ୪ଟା ସମୟରେ ‘ଖେର୍ସେଲ’ର ମୃତ୍ୟୁ ହୋଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ‘ଖେର୍ସେଲ’କୁ ୬୫ ବର୍ଷ ବୟସ ହେଉଥିଲା।
ମୃତ୍ୟୁପରେ ହାତୀର ମାହୁନ୍ତ ହେମଚନ୍ଦ୍ର ଭୁଏ, ହାତୀର ଯତ୍ନ ନେଉଥିବା ସମସ୍ତ କର୍ମଚାରୀ, ପଶୁ ଚିକିତ୍ସକ, ପ୍ରାଣୀ ସ୍ବାସ୍ଥ୍ୟସେବୀ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ‘ଖେର୍ସେଲ’ର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହାବାଦ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ ‘ଖେର୍ସେଲ’ ରହୁଥିବା ସ୍ଥାନ ତାର ମରଶରୀରକୁ ସମାଧି ଦିଆଯାଇଛି। ଏହାସହ ’ଖେର୍ସେଲ’ର ସମାଧୀସ୍ଥଳରେ ଏକ ସ୍ମୃତି ଫଳକ ଲଗାଯାଇଛି।
ସୂଚନାଯୋଗ୍ୟ ଯେ, ୧୯୯୮ରେ ବଲାଙ୍ଗୀରର ରିଜର୍ଭ ଜଙ୍ଗଲରୁ ‘ଖେର୍ସେଲ’କୁ ହୀରାକୁଦ ଡେବ୍ରିଗଡ଼ ଅଭୟାରଣ୍ୟକୁ ଅଣାଯାଇଥିଲା। ‘ଖେର୍ସେଲ’ ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ଅନେକ ଲୋକଙ୍କୁ ମାରିଥିଲା। ଫଳରେ ବନ ବିଭାଗ ପକ୍ଷରୁ ତାକୁ କିଛିଦିନ ସଙ୍ଗରୋଧରେ ରଖାଯାଇଥିଲା। ପରେ ସେ ଶାନ୍ତ ହେବା ପରେ ମାହୁନ୍ତ ଭୁଏଙ୍କ ତତ୍ତ୍ୱାବଧାନରେ ଜଙ୍ଗଲରେ ବିଚରଣ ପାଇଁ ଛଡ଼ା ଯାଇଥିଲା। ମାତ୍ର ତା ଉପରେ ବନ ବିଭାଗ ତୀକ୍ଷ୍ଣ ନଜର ରଖିଥିଲା। ଗତ ୨୦୦୫ର ୨୦୦୯ ମସିହା ମଧ୍ୟରେ ଏଠାରୁ ଖସିଯିବାକୁ ଏକାଧିକବାର ବିଫଳ ଚେଷ୍ଟା କରିଥିଲା। ୨୦୧୮-୧୯ ପରେ ଅଭୟାରଣ୍ୟ ମଧ୍ୟରେ ବିଚାର କରୁଥିଲା।
ମାତ୍ର ଗତ ୫-୬ ମାସ ହେଲା ତାର ଦୃଷ୍ଟିଶକ୍ତି କ୍ଷୀଣ ହେବାସହ ମାଂସପେଶୀରେ ଯନ୍ତ୍ରଣା ହେତୁ ତାର ଗତିବିଧି ଧୀର ହୋଇ ଯାଇଥିଲା। ଏପରିକି ଖାଇବା ଓ ଚାଲିବା ଧିର ହୋଇ ଯାଇଥିଲା। ଡେବ୍ରିଗଡ ଅଭୟାରଣ୍ୟରେ ସ୍ନାନାଦି ପାଇଁ ଜଳଭଣ୍ଡାର ନିକଟକୁ ଯିବା ପର୍ଯ୍ୟନ୍ତ ‘ଖେର୍ସେଲ’ର ଗତିବିଧି ସୀମିତ ରହିଥିଲା। ମାତ୍ର ଗତ ଅଗଷ୍ଟ ୨୩ ତାରିଖରୁ ସେ ଆଉ ଛିଡ଼ା ହୋଇ ନ ପାରି ଶୋଇ ରହିଲା। ଅଗଷ୍ଟ ୨୪ ତାରିଖରେ ‘ଖେର୍ସେଲ’ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବୁର୍ଲା ପ୍ରାଣୀ ଚିକିତ୍ସାଳୟର ଡାକ୍ତରଙ୍କ ସହ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନେ ସେଠାରେ ପହଞ୍ଚି ଭୁବନେଶ୍ୱର ପ୍ରାଣୀ ଚିକିତ୍ସା କେନ୍ଦ୍ରର ପଶୁ ଚିକିତ୍ସିକା ଡା. ଇନ୍ଦ୍ରାଣୀ ନାଥଙ୍କ ପରାମର୍ଶ ଅନୁସାରେ ତାର ଚିକିତ୍ସା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍‌ ଭୁବନଙ୍କୁ ଧରିଲା ପୋଲିସ 

ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ଚିନ୍ତା ବଢ଼ାଉଛି ଜଙ୍ଗଲରେ ଗଞ୍ଜେଇ ଚାଷ

ଦାରିଙ୍ଗବାଡି,୧୬।୯(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ। ସପ୍ତାହକ ମଧ୍ୟରେ ପୋଲିସ ଜଙ୍ଗଲରୁ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ...

ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର

ବାଲିଗୁଡ଼ା:୧୬।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri