ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ବଡ଼ଗାଁ,୩୦।୧୨: ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅଧୀନ ଜରଙ୍ଗଲୋଇ କୁଟମାମୁଣ୍ଡା ନିକଟ ଝାରମୁଣ୍ଡା ଗ୍ରାମରେ ଏକ ଅଘଟଣ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କୁ ଏକ ଦନ୍ତା ହାତୀ ଦଳି ମାରିଦେଇଛି। ମୃତକ ହେଲେ ବିଲିୟମ୍‌ ବିଲୁଙ୍ଗ(୬୩)।

ମିଳିଥିବା ସୂଚନା ମୁତାବକ, ବିଲିୟମ୍‌ ଗୁରୁବାର ରାତିରେ ବାଡିପଟେ ଶୋଇଥିଲେ। ସେତିକିବେଳେ ଏକ ହାତୀ ଖାଦ୍ୟ ଅନ୍ବେଷଣାରେ ଆସି ବିଲିୟମଙ୍କୁ ଦଳି ଦେଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଖବର ପାଇ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ବଡ଼ଗାଁ ଡାକ୍ତରଖାନାକୁ ପଠାଇଛି। ଅନ୍ୟପଟେ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Share