Categories: ଫୁରସତ

ମାଲିକଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ ହାତୀ, ଭିଡିଓ ଦେଖିଲେ…

ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। ପଶୁମାନେ କଦାପି ପ୍ରତାରଣା କରନ୍ତି ନାହିଁ। ଥରେ ସେମାନେ ପ୍ରେମରେ ପଡ଼ିଲେ, ସେମାନେ ସେହି ବ୍ୟକ୍ତିଙ୍କୁ କେବେ ବି ଛାଡ଼ି ପାରନ୍ତି ନାହିଁ। ଏହାର ପ୍ରମାଣ ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓରେ ହାତୀ ଏବଂ କେୟାରଟେକର୍‌ଙ୍କୁ ଦେଖିବାକୁ ମିଳିଛି। ଏଥିରେ ଦେଖାଯାଇଛି, ହାତୀ ତା’ର ମାଲିକଙ୍କୁ ଆଲିଙ୍ଗନ କରୁଛି ଏବଂ ତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ।

ନିକଟରେ ଆଇଆରଏଏସ୍‌ ଅଧିକାରୀ ଅନନ୍ତ ରୁପାନାଗୁଡ଼ି ତାଙ୍କ ଟୁଇଟର୍‌ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯାହା ଭାଇରାଲ ହେଉଛି। ଏହି ଭିଡିଓରେ ଏକ ହାତୀ ଦେଖାଯାଉଛି। ଯିଏ ତାଙ୍କ ମାଲିକଙ୍କୁ ତା’ଠାରୁ ଯିବାକୁ ଦେଉନାହିଁ। ହାତୀର ଭଲପାଇବା ଦେଖିବା ପରେ ଆପଣ ଭାବପ୍ରବଣ ହୋଇଯିବେ। ଭିଡିଓ ପୋଷ୍ଟ କରି ଅନନ୍ତ କ୍ୟାପଶନ ଲେଖିଛନ୍ତି, ହାତୀ ଏବଂ ମାଲିକଙ୍କ ମଧ୍ୟରେ ପ୍ରେମ।

ଭିଡିଓରେ ଦେଖିବେ ହାତୀର ମାଲିକ ଜଣେ ବ୍ୟକ୍ତିଙ୍କ ସହ ସ୍କୁଟରରେ ବସିଛନ୍ତି। କିନ୍ତୁ ହାତୀଟି ବାରମ୍ବାର ତା’ ଶୁଣ୍ଢରେ ଟାଣିଆଣୁଛି। ସେ ମାଲିକଙ୍କୁ ଆଲିଙ୍ଗନ କରୁଛି ଏବଂ ତା’ପରେ ତାଙ୍କୁ ଯିବାକୁ ଦେଉନି। ମାଲିକ ନିଜକୁ ହାତୀର କବଳରୁ ମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ହାତୀ ତାଙ୍କୁ ଛାଡୁନାହିଁ। ମାଲିକ କିଛି ସମୟ ପାଇଁ ହାତୀକୁ ଦୂରେଇ ଦିଅନ୍ତି କିନ୍ତୁ ହାତୀ ମାଲିକଙ୍କ ପାଖକୁ ଫେରିଆସୁଛି।

ଏହି ଭିଡିଓକୁ ୪୦ ହଜାରରୁ ଅଧିକ ଭ୍ୟୁ ମିଳିଥିବା ବେଳେ ଅନେକ ଲୋକ  ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଦୁହିଁଙ୍କ ମଧ୍ୟରେ ବହୁତ ଭଲ ବନ୍ଧନ ଅଛି। ଅନ୍ୟ ଜଣେ କହିଛନ୍ତି, ସେ ମଧ୍ୟ ତାଙ୍କ ଘରେ ସେମିତି ଏକ ହାତୀ ଚାହୁଁଛନ୍ତି। ଆଉ ଜଣେ ୟୁଜର କହିଛନ୍ତି, ହାତୀ ମାଲିକଙ୍କୁ ଅତି ଯତ୍ନର ସହ ଧରୁଥିଲା। କୌଣସି ବଳ ପ୍ରୟୋଗ କରୁ ନ ଥିଲା। କାରଣ ହାତୀ ଜାଣିଛି ସେ ନିଜେ କେତେ ଶକ୍ତିଶାଳୀ। ଯଦି ବଳ ପ୍ରୟୋଗ କରେ ତେବେ ତା’ର ମାଲିକଙ୍କୁ ଆଘାତ ଲାଗିବ।

Share