ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ଜନବସତି ମୁହାଁ ହେଉଛନ୍ତି ହାତୀପଲ। ଜମିରେ ଧାନ ଫସଲ ହୋଇ ନ ଥିବାରୁ ଗାଁ ଗଣ୍ଡାରେ ପଶି ଉପଦ୍ରବ ଚାଲିଛନ୍ତି। ହାତୀ ପଲ ଲୋକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ଆତଙ୍କ ଖେଳାଉଛନ୍ତି। ଫଳରେ ଲୋକେ ଆତଙ୍କିତ ହୋଇ ପଡ଼ୁଛନ୍ତି। ରାତି ଅନିଦ୍ରା ହୋଇ ନିଜର ଜୀବନ ଓ ଧନ ସଂପତ୍ତି ର ସୁରକ୍ଷା କରୁଛନ୍ତି। ଏହା ଫଳରେ ହାତୀ ଓ ମଣିଷ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗୁଛି।

ଏଭଳି ଏକ ଘଟଣା ରେ ତେଲକୋଇ ଫରେଷ୍ଟ ବିଟ ଅଧିନ ବେଣା ଗାଁ ମୁଣ୍ଡା ସାହିରେ ଗତ ରାତିରେ ଏକ ୫ ଟିକିଆ ହାତୀପଲ ଗାଁ ରେ ପଶି ଉପଦ୍ରବ କରିଛନ୍ତି। ଗ୍ରାମରେ ଦୁଇଟି ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇଦେଇଛନ୍ତି। ଏହା ସହିତ ଧାନ ବସ୍ତାରେ ରଖାଯାଇଥିବା ଧାନ ସହ ୧୦ ହଜାର ଟଙ୍କା ଖାଇଦେଇଥିବା ଅଭିଯୋଗ ହୋଇଛି, ଯେଉଁ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଘଟଣାରୁ ଜଣା ପଡ଼ିଛି ଯେ ଗତ ରାତି ପ୍ରାୟ ୧୧ ଟାରେ ଏକ ୫ଟିକିଆ ହାତୀପଲ ଖାଦ୍ୟ ଅନ୍ୱେଷଣ ରେ ବେଣା ଗାଁ ମୁଣ୍ଡା ସାହି ରେ ପଶି ପ୍ରଥମେ ଉକ୍ତ ଗାଁର ରବିନ୍ଦ୍ର ପାତ୍ରଙ୍କ ବାଇଗଣ ବାଡିକୁ ଦଳି ମକଚି ନଷ୍ଟ କରିଥିଲେ। ଏହାପରେ ରବୀନ୍ଦ୍ର ପାତ୍ର ଙ୍କ ଘର ଭାଙ୍ଗି ଧାନ ବସ୍ତା ଘର ବାହାରକୁ ଟେକିନେଇ ଖାଇଦେଇଥିଲେ। ରବୀନ୍ଦ୍ର ଯେଉଁ ଧାନ ବସ୍ତା(ଡୁଲୀ )ଭିତରେ ୧୦ ହଜାର ଟଙ୍କା ରଖିଥିଲେ, ସେହି ଧାନ ବସ୍ତା କୁ ହାତୀପଲ ଘରୁ ଟେକି ନେଇ ଖାଇଦେଇଥିଲେ। ବସ୍ତା ଭିତରେ ଥିବା ଧାନ ସହିତ ୧୦ ହଜାର ଟଙ୍କା ଖାଇଦେଇଥିବା ମଧ୍ୟ ରବୀନ୍ଦ୍ରଙ୍କ ସ୍ତ୍ରୀ’ କଂସଲା ପାତ୍ର ଅଭିଯୋଗ କରି ଦୁଃଖ ପ୍ରକାଶ କରିଛନ୍ତି।

ଏହା ପରେ ହାତୀ ପଲ ବାବୁରାମ ମୁଣ୍ଡାଙ୍କ ଘର ଭାଙ୍ଗି ଚାଉଳ ଖାଇବା ସହିତ ଘରର ରୋଷେଇ ବାସନ ପତ୍ରକୁ ଭାଙ୍ଗି ଦେଇଥିଲେ। ହାତୀପଲ ଘର ଭାଙ୍ଗିବା ବେଳେ ଦୁଇ ପରିବାର ଅନ୍ୟତ୍ର ପଳାଇ ଯିବାରୁ ଜୀବନ ବଂଚି ଯାଇଥିଲା। କ୍ଷତିଗ୍ରସ୍ତ ଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସ୍ଥାନୀୟ ଲୋକେ ଦାବି ହୋଇଛି। ବର୍ଷା ଦିନରେ ଜଙ୍ଗଲରୁ ଜନବସତିକୁ ହାତୀପଲ ଆସି ଘର ଭାଙ୍ଗି ଧାନ ଚାଉଳ ଖାଇଦେଉଥିବାରୁ ଅଞ୍ଚଳରେ ଲୋକଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି। ଏଣୁ ଲୋକଙ୍କୁ କ୍ଷତି ପୂରଣ ଦେବା ସହ ସୁରକ୍ଷା ଯୋଗାଇ ଦେବାକୁ ବନ ବିହାରୀ ନାୟକ, ପୂର୍ବତନ ବେଣା ସରପଞ୍ଚ, ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, କହିଲେ ପୂର୍ବ ସୂଚନାଗୁଡ଼ିକ…

ଭୁବନେଶ୍ୱର,୨୩ା୪:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡିକର...

Kashmir Attack: ପାକିସ୍ତାନ ମୁହାଁ ଭାରତୀୟ ସେନା! ହେବ କି ବଡ଼ଯୁଦ୍ଧ

ନୂଆଦିଲ୍ଲୀ,୨୩।୪: ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଅତ୍ୟଧିକ ବୃଦ୍ଧି କରିଛି। ଏହି...

“ପହଲଗାମ ଆତଙ୍କବାଦୀ ଆକ୍ରମଣର ଖୁବ୍ ଶୀଘ୍ର କଡ଼ା ଜବାବ”: ରାଜନାଥ ସିଂହଙ୍କ ଚେତାବନୀ

ନୂଆଦିଲ୍ଲୀ, ୨୩ା୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ମର୍ମନ୍ତୁଦ ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଡ଼ା ଚେତାବନୀ ଦେଇଛନ୍ତି।...

ଆଉ ମାଟ୍ରିକ ନୁହେଁ, ଏଣିକି ଅଙ୍ଗନଓ୍ବାଡ଼ି ସୁପରଭାଇଜରଙ୍କ ଯୋଗ୍ୟତା ସ୍ନାତକ

ଭୁବନେଶ୍ୱର,୨୩ା୪: ଏଣିକି ଅଙ୍ଗନଓ୍ବାଡ଼ି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ରଖାଯାଇଛି। ପୂର୍ବରୁ ଅଙ୍ଗନଓ୍ବାଡ଼ି ସୁପରଭାଇଜରଙ୍କ ପାଇଁ ଯୋଗ୍ୟତା ମାଟ୍ରିକ ଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କ୍ୟାବିନେଟ୍‌ ବୈଠକ: ୬ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର,୨୩ା୪: ମନ୍ତ୍ରୀ ପରିଷଦ ଏବଂ ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଛି। ବୈଠକ ପରେ ମୁଖ୍ୟ ଶାସନ...

ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ: ୧୪ରୁ ଖୋଲିବ ଧାନମଣ୍ଡି

ବରଗଡ଼,୨୩ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପାଇଁ ବୁଧବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲଙ୍କ...

ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା, ୫ ଛାତ୍ରୀଛାତ୍ରଙ୍କ ସମେତ ୧୦ ଆହତ

ଛତ୍ରପୁର,୨୩।୪,(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧିନ ଉଜଳେଶରୀ ମନ୍ଦିର ଜାତୀୟ ରାଜପଥ ନିକଟରେ ବୁଧବାର ଏକ ଦୁର୍ଘଟଣା ହୋଇଛି। ସ୍କୁଲ ଖରା ଛୁଟି ହୋଇଯିବା ପରେ...

କଶ୍ମୀର ପର୍ଯ୍ୟଟନକୁ ବଡ଼ ଧକ୍କା, କୋଟି କୋଟି ଟଙ୍କାର କ୍ଷତି ସହିବେ…

ନୂଆଦିଲ୍ଲୀ,୨୩।୪: ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ପହଲଗାମରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଯାହା କଶ୍ମୀରର ପର୍ଯ୍ୟଟନ ଶିଳ୍ପକୁ ଗଭୀର ଆଘାତ ଦେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image