ନାରାୟଣପ୍ରସାଦରେ ହାତୀ ଉପଦ୍ରବ

ଘଣ୍ଟାପଡା,୧୩।୧୧(ପ୍ରଭାତ କୁମାର ସାହୁ): କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତରେ ଜଙ୍ଗଲି ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗୋଟିଏ ସପ୍ତାହ ହେବ ଅଞ୍ଚଳରେ ହାତୀପଲ ବୁଲାବୁଲି କରୁଥିବାବେଳେ ଲୋକଙ୍କ ଫସଲ ନଷ୍ଟ କରୁଥିବା ଜଣାପଡିଛି। ନାରାୟଣପ୍ରସାଦ ମୌଜାରେ ଥିବା ସିଲେଇମାଳ ଗ୍ରାମର କଲତା ନାଏକଙ୍କ ଗୋଟିଏ ଧାନ ଖରୀ ନଷ୍ଟ କରିଛନ୍ତି। ସେହିପରି ନାରାୟଣପ୍ରସାଦ ଗ୍ରାମର ଚାଷୀ ଦକ୍ଷ କୁଦେଇ ଏବଂ ଅନୁଗୁଭା ଗ୍ରାମର ପିତବାସ ମାଝିଙ୍କ ଜମିରେ ହାତୀପଲ ପଶି ଧାନ ଖାଇବା ସହିତ ଦଳିମାଡି ନଷ୍ଟ କରିଛନ୍ତି। ଅନୁଗୁଭା ଜଙ୍ଗଲରେ ୭ଟିକିଆ ହାତୀପଲ ରହୁଥିବା ବେଳେ ସା ହେଲେ ହାତୀପଲ ଗାଁମୁହଁା ହେଉଛନ୍ତି। ବର୍ତ୍ତମାନ ସମୟରେ ଚାଷୀଙ୍କ ଧାନ ପ୍ରାୟ ଅମଳକ୍ଷମ ହୋଇଥିବାରୁ ହାତୀଙ୍କ ଉପଦ୍ରବରେ ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ଦେଖାଦେଇଛି। ଫଳରେ ଏଥିପ୍ରତି ବନବିଭାଗ ଦୃଷ୍ଟି ଦେଇ ହାତୀଙ୍କୁ ଅନ୍ୟତ୍ର ଘଉଡ଼ାଇବାର ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।